କଟକ : ଦରଘା ବଜାର ଭସାଣ ଗୋଷ୍ଠୀ ସଂଘର୍ଷ ଘଟଣାରେ ୬ ଜଣ ଗିରଫ ହୋଇଛନ୍ତି । ୬ ଜଣ ଗିରଫ ନେଇ ସୂଚନା ଦେଲେ ପୋଲିସ କମିଶନର । ଭସାଣ ବେଳେ ଗୋଟିଏ ପଟୁ ପଥର ମାଡ ହୋଇଥିଲା । କାଲି ଭସାଣ ସମୟରେ ଡିଜେ ଗୀତକୁ ନେଇ ହୋଇଥିଲା ସଂଘର୍ଷ । ଦରଘା ବଜାର ଠାରେ ଶୋଭାଯାତ୍ରା ଉପରକୁ ହୋଇଥିଲା ପଥର ମାଡ । ଘଟଣାସ୍ଥଳ ଏବଂ ଆଖପାଖ ଅଂଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି କମିଶନରେଟ୍ ପୋଲିସ । ଡ୍ରୋନ୍ ଭିଜୁଆଲ ଫୁଟେଜରୁ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଛି । ଏବେ ଶାନ୍ତି ବାତାବରଣ ଅଛି । ଆଗକୁ ମଧ୍ୟ ଶାନ୍ତି ବଜାୟ ରହିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର୍ ଏସ.ଦେବଦତ୍ତ ସିଂ। ଗଣ୍ଡଗୋଳ ମାମଲାକୁ ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ ।
Views: 65











