ଭୁବନେଶ୍ୱର :ଭରତପୁର ଜଙ୍ଗଲରେ ଚିକିତ୍ସାଧୀନ ଦନ୍ତାହାତୀର ମୃତ୍ୟୁ । ବାଣ ବିସ୍ଫୋରଣରେ ହାତୀର ପାଟିରେ ଗଭୀର କ୍ଷତ ହୋଇଥିଲା । ୧୫ ଦିନ ତଳୁ ହାତୀଟି ବିସ୍ଫୋରଣର ଶିକାର ହୋଇଥିବା ଅନୁମାନ । ହାତୀ ମୃତ୍ୟୁ ନେଇ ବନବିଭାଗ ପକ୍ଷରୁ କୈାଣସି ପ୍ରତିକ୍ରିୟା ମିଳିନି । ଆଜି ମୃତଦେହ ବ୍ୟବଛେଦ ପାଇଁ ଓୟୁଏଟି ପଠାଯିବ। ଦନ୍ତା ହାତୀଟି ଖୋର୍ଦ୍ଧା ଅଞ୍ଚଳରୁ ଗୁରୁତର ଅବସ୍ଥାରେ ଭରତପୁର ଜଙ୍ଗଲକୁ ଆସିଥିଲା। ଶିକାରୀ ଶୀକାର ପାଇଁ ଖଞ୍ଜିଥିବା ବୋମା ହାତୀର ପାଟିରେ ଫୁଟିଯାଇଥିଲା। ଏହାପରେ ବନବିଭାଗ ପକ୍ଷରୁ ଜଙ୍ଗଲରେ ପାଟ୍ରୋଲିଂ ଚାଲୁଥିବା ସମୟରେ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇଥିଲା । ଏହାପରେ ଚିକିତ୍ସା ଲାଗି ଭରତପୁର ଜଙ୍ଗଲକୁ ଅଣାଯାଇଥିଲା । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାର ମୃତ୍ୟୁ ହୋଇଛି।
Views: 72