ନରସିଂହପୁର : ଭଟ୍ଟାରିକା ମନ୍ଦିର ବେଢା ଛୁଇଁଲା ବନ୍ୟା ପାଣି । ମହାନଦୀରେ ବନ୍ୟା ଆସିବାରୁ ଭଟ୍ଟାରିକା ମନ୍ଦିର ବେଢାରେ ପାଣି । ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗୋଟ ଖୋଲାଯିବାରୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି । ଷୋଡ଼ଶ ଉପଚାର ପୂଜା ଚାଲିଥିବା ବେଳେ ପୂଜକ ସମିତି ଓ ଦେବୋତ୍ତର ବିଭାଗ ସଜାଗ ଥିବା ବେଳେ ସମସ୍ତ ନିତିକାନ୍ତି ସୂଚାରୁ ରୁପେ ଚାଲିଛି । ମନ୍ଦିର ପାହାଚକୁ ପାଣି ଛୁଇଁଥିବା ବେଳେ ଆଉ ୨ ଫୁଟ ବଢ଼ିଲେ ମନ୍ଦିର ଭିତରକୁ ପାଣି ପ୍ରବେଶ କରିବ। ଏହାକୁ ଦୃଷ୍ଟିରେ ରଖି ବଡ଼ମ୍ବା ତହସିଲଦାରଙ୍କ ପକ୍ଷରୁ କଟକଣା ଲଗାଯାଇଛି । ପାଣି ଯଦି ମନ୍ଦିର ଭିତରକୁ ପଶେ, ତେବେ ମାଙ୍କୁ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତର କରାଯିବ ।
Views: 38