କଟକ : ରବିବାର ଦିନ କଟକ ଜିଲ୍ଲା ବଡ଼ମ୍ବା ନରସିଂହ ପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ବନ୍ଧୁମିଳନ ବୈଠକ ,ବଡ଼ମ୍ବା- ନରସିଂହପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ବଳଭଦ୍ର ପ୍ରହରାଜଙ୍କ ସଭାପତିତ୍ୱରେ ମା ଭଟ୍ଟାରିକାଙ୍କ ପୀଠ ସ୍ଥଳୀରେ ଅନୁଷ୍ଠିତ ହୋଇଥିଲା । କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ କର୍ପୋରେଟର ଜନାର୍ଦ୍ଦନ ପରିଡ଼ାଙ୍କ ପକ୍ଷରୁ ଆୟୋଜିତ କଂଗ୍ରେସ କର୍ମୀଙ୍କ ବନ୍ଧୁ ମିଳନ କାର୍ୟ୍ୟକ୍ରମରେ କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ବନ୍ଧୁ ମିଳନ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବଡ଼ମ୍ବା ନରସିଂହ ପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ବଳଭଦ୍ର ପ୍ରହରାଜ, ପଞ୍ଚାନନ ମହାନ୍ତି , ପ୍ରଦୀପ ଧଳ , ସାନ୍ତନୁ ବଳିୟାର ସିଂ , ଅମରେନ୍ଦ୍ର ଖଟୁଆ , ଗୁଣନିଧି ରାଉତ , ମାନସ ନାୟକ , ଶିଶୁଦେବ ରଣା, ସନ୍ତୋଷ ଦଳେଇ, ରମେଶ ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏହି ବନ୍ଧୁମିଳନ ବୈଠକ ରେ ଯୋଗ ଦେଇଥିଲେ । ଆଗାମୀ ନିର୍ବାଚନରେ ବଡ଼ମ୍ବା -ନରସିଂହପୁର ନିର୍ବାଚନ ମଣ୍ଡଳୀ ରେ , କଂଗ୍ରେସକୁ ଆଗକୁ ନେବାପାଇଁ ହାତକୁ ହାତ ମିଶାଇ ଶପଥ ନେଇଥିଲେ ।
ଭଟ୍ଟାରିକା ପୀଠରେ କଂଗ୍ରେସର ସାଙ୍ଗଠନିକ ବୈଠକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











