କାମାକ୍ଷାନଗର : ଟ୍ରକ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ । କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ମୁକ୍ତାପଶି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ମୃତକ ହେଲେ ଗୁଣ୍ଡିଚାନାଳି ଗାଁର ଚିତ୍ରସେନ ସାହୁଙ୍କ ପୁଅ ବିଶ୍ୱଜିତ ସାହୁ । ସୂଚନା ଅନୁସାରେ ବାଇକ ଯୋଗେ ଯୁବକ ଜଣକ କାମାକ୍ଷାନଗରରୁ ନିଜ ଭଉଣୀ ଘର କନ୍ତୁର ଯାଉଥିବା ବେଳେ ସେହି ରାସ୍ତାରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଯୁବକ ଜଣକ ମୃତ୍ୟୁ ହୋଇଥିଲା । ଏଥିରେ ଯୁବକଙ୍କ ବାଇକ ଓ ଖଣ୍ଡବିଖଣ୍ଡିତ ମୃତଦେହ ରାସ୍ତାରେ ପଡିରହିଥିବା ବେଳେ ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି ।
Views: 49