The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଭଉଣୀଙ୍କ ମୃତ୍ୟୁରେ ଭାବବିହ୍ୱଳ ହେଲେ ହର୍ଷଲ ପଟେଲ ।

Facebook
Twitter
LinkedIn

ଭଉଣୀଙ୍କ ମୃତ୍ୟୁ ଖବର ପାଇ ବାଙ୍ଗାଲୋରର ଷ୍ଟାର ବୋଲର ହର୍ଷଲ ପଟେଲ ଘରକୁ ଚାଲି ଯାଇଥିଲେ । ତେବେ ଦିଲ୍ଲୀ ବିପକ୍ଷ ମ୍ୟାଚ୍ ପୂର୍ବରୁ ପୁଣିଥରେ ଟିମ ସହ ସାମିଲ ହେବା ପରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଥିଲେ । ଏହି ମ୍ୟାଚରେ ମଧ୍ୟ ହର୍ଷଲଙ୍କ ଦମଦାର ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି ବିଜୟରେ ବାଙ୍ଗାଲୋରର ପ୍ରଂଶସକଙ୍କ ଠାରୁ ଆରମ୍ଭ କରି ଖେଳାଳୀ ପର୍ଯ୍ୟନ୍ତ ସମସ୍ତେ ଖୁସି ହୋଇଥିଲେ । ତେବେ ଏହି ବିଜୟର ଖୁସି ଭିତରେ ହର୍ଷଲ ନିଜ ଭଉଣୀଙ୍କୁ ନେଇ ଏକ ଭାବବିହ୍ୱଳ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ହର୍ଷଲ ଭଉଣୀଙ୍କୁ ମନେ ପକାଇବା ସହ ଲେଖିଛନ୍ତି, ତୁମେ ଆମ ଜୀବନରେ ସବୁଠୁ ଦୟାଳୁ ଓ ମଜାଳିଆ ମିଜାଜର ମଣିଷ ଥିଲ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତୁମେ କଷ୍ଟ ଭୋଗୁଥିଲେ ମଧ୍ୟ ମୁହଁରୁ କେବେ ହସ ଲିଭିନଥିଲା । ଯେତେବେଳେ ମୁଁ ତୁମ ସହ ହସ୍ପିଟାଲରେ ଥିଲି ସେତେବେଳେ ଖେଳରେ ଧ୍ୟାନ ଦେବାକୁ କହିବା ସହ ଏବାବଦରେ ଚିନ୍ତା ନ କରିବାକୁ କହିଥିଲ । ଆଉ ସେହି ଗୋଟିଏ ପଦ କଥା ପାଇଁ ପୁଣିଥରେ ମୁଁ ପଡିଆକୁ ଫେରିବା ସହ କ୍ରିକେଟ ଖେଳୁଛି । ମୁଁ ସେହି ସବୁ କାର୍ଯ୍ୟ ଜାରି ରଖିବି ଯେଉଁଥିପାଇଁ ମୋତେ ତୁମେ ଗର୍ବିତ ହେବ । ମୁଁ ଜୀବନର ସବୁ ଦୁଃଖ, ସୁଖ, ଭଲ ଓ ମନ୍ଦ ସମୟରେ ତୁମକୁ ମନେ ରଖିବି ।ଚଳିତ ଆଇପିଏଲରେ ମୁମ୍ବାଇ ବିପକ୍ଷ ମ୍ୟାଚ୍ ପରେ ଭଉଣୀଙ୍କ ମୃତ୍ୟୁ ଖବର ପାଇଥିଲେ ହର୍ଷଲ । ଆଉ ଏହାପରେ ତୁରନ୍ତ ନିଜ ଘରକୁ ଫେରିଥିଲେ ହର୍ଷଲ । ଏଭଳି ଏକ ଦୁଃଖଦ ସମୟରେ ପରିବାର ସହ ଛିଡା ହୋଇ ମନୋବଳ ବଢାଇଥିଲେ । ଯେଉଁଥିପାଇଁ ଚେନ୍ନାଇ ବିପକ୍ଷ ମ୍ୟାଚରେ ହର୍ଷଲ ଖେଳିନଥିଲେ । ତେବେ ହସ୍ପିଟାଲରେ ଭଉଣୀଙ୍କୁ ଦେଇଥିବା କଥା ପାଇଁ ପୁଣିଥରେ ପଡିଆକୁ ଫେରିଥିଲେ ହର୍ଷଲ । ଆଉ ଦିଲ୍ଲୀ ବିପକ୍ଷରେ ଦମଦାର ବୋଲିଂ କରି ଦଳକୁ ଦେଇଥିଲେ ଆଉ ଏକ ବଡ ବିଜୟ ଭେଟି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login