ଭୁବନେଶ୍ୱର : ଦେଶରେ କୋଭିଡ ସଂଖ୍ୟା ବଢୁଛି କହିଲେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ । ୫ଟି ରାଜ୍ୟରେ ୯୮% ରୋଗୀ ଅଧିକ, ୮୮% କେବଳ କେରଳରେ । ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପିଛି କିନ୍ତୁ ସାଙ୍ଘାତିକ ହେଉନାହିଁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ସାଧାରଣ ଇନଫ୍ଲୁଏଞ୍ଜା ଭଲି ଥଣ୍ଡା, କାଶ, ଜ୍ଵର ରହୁଛି । କିନ୍ତୁ ରାଜ୍ୟରେ ଗତ ଡିସେମ୍ବର ୩ ତାରିଖ ଠାରୁ କୋଭିଡର ଗୋଟିଏ ହେଲେ କେସ ଆସିନାହିଁ । ଅର୍ଥାତ୍ ରାଜ୍ୟରେ କୋଭିଡ୍ ସଂଖ୍ୟା ଶୂନ। ତଥାପି କେନ୍ଦ୍ରରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବା ପାଇଁ କୁହାଯାଇଛି । କେସ ବଢିବାର ସମ୍ଭାବନା ରହିଛି । ଏଣୁ ଜିଲ୍ଲା ଚିକିତ୍ସାଳୟମାନଙ୍କୁ କୁହାଯାଇଛି, ସର୍ଭେଲାନ୍ସ ବଢାଇବେ, କୋଭିଡ ଟେଷ୍ଟ ବଢେଇବେ, ଫିଭର୍ କ୍ଲିନିକ୍ ଚଳାଇବେ ।
Views: 59