The Ultimate Managed Hosting Platform
ADVERTISEMENT

ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହୃଦଘାତରେ ଚାଲିଗଲା ଖେଳାଳିଙ୍କ ଜୀବନ

Facebook
Twitter
LinkedIn

ୟୁପି : ଉତ୍ତର ପ୍ରଦେଶର ନୋଏଡାରେ ଜଣେ ବ୍ୟାଡମିଣ୍ଟନ ଖେଳାଳିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ଖେଳାଳି ଜଣକ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହଠାତ୍ ତାଙ୍କୁ ହୃଦଘାତ ଆସିଥିଲା। ଫଳରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ। ଏହି ଘଟଣାକୁ ନେଇ ଇନଡୋର ଷ୍ଟାଡିୟମରେ ହୋହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଡାକ୍ତରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖେଳାଳିଙ୍କୁ ସିପିଆର୍ ଦେଇଥିଲେ। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ତାଙ୍କ ଜୀବନ ରକ୍ଷା ହୋଇପାରି ନ ଥିଲା। ଘଟଣା ଘଟିଛି ନୋଏଡାର ସେକ୍ଟର-୨୧ଏସ୍ଥିତ ଇନ୍ଡୋର ଷ୍ଟାଡିୟମରେ। ଏଠାରେ ବ୍ୟାଡମିଣ୍ଟନ ଖେଳାଳି ମହେନ୍ଦ୍ର (୫୨ ବର୍ଷ) ତାଙ୍କ ସାଙ୍ଗମାନଙ୍କ ସହିତ ବ୍ୟାଡମିଣ୍ଟନ ଖେଳୁଥିଲେ। ଏହି ସମୟରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ଏହା ଦେଖି ସାଥୀ ଖେଳାଳିମାନେ ଭୟଭୀତ ହୋଇପଡ଼ିଥିଲେ। ପୋଲିସ କହିଛି ଯେ ମୃତକଙ୍କ ପରିବାର ପକ୍ଷରୁ ଏ ପର୍ୟ୍ୟନ୍ତ କୌଣସି ଅଭିଯୋଗ ହୋଇନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login