ଯୋଡା : ଦୋକାନ ବନ୍ଦ କରି ଫେରୁଥିଲେ ବ୍ୟବସାୟୀ । ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟୁନେଲି ୨୫ ଲକ୍ଷ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଉର୍ତ୍ତି ଛକରେ ଥିବା ଓମ ଜୁଏଲାରୀ ମାଲିକଙ୍କ ଠାରୁ ୨୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ ଅଭିଯୋଗ ହୋଇଛି । ଚମ୍ପୁଆ ପୋଲିସ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୮ ବେଳେ ଉର୍ତ୍ତୀ ଛକରେ ଥିବା ଓମ ଜୁଏଲାରୀର ମାଲିକ ହିରଣ୍ୟମୟୀ ସାହୁ ଦୋକାନ ବନ୍ଦ କରି ଯାଉଥିଲେ । ଅଳଙ୍କାର ଭର୍ତ୍ତି ବ୍ୟାଗ ଓ ନିଜ ସାନ ପୁଅକୁ ନେଇ ଯାଉଥିଲେ । ହେି ସମୟରେ ୬ ଜଣ ଦୁର୍ବୁତ୍ତ ତାଙ୍କୁ ଅଟକାଇଥିଲେ । ହିରଣ୍ୟମୟୀଙ୍କୁ ବନ୍ଧୁକ ଏବଂ ଭୁଜାଲି ଦେଖାଇ ମାଡ ମାରିବା ସହ ବ୍ୟାଗକୁ ଲୁଟ କରିଥିଲେ । ଲୁଟ ପରେ ଦୋକାନ ମାଲିକ ସେମାନଙ୍କ ପିଛା କରିଥିଲେ କିନ୍ତୁ ସେମାନଙ୍କୁ ପାଇ ନ ଥିଲେ । ପରେ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ଛାନଭିନ କରୁଛି । ପ୍ରାୟ ୨୫ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ ହୋଇଥିବା ସୂଚନା ରହିଛି ।
Views: 41