ଭୁବନେଶ୍ୱର : ସୈାମ୍ୟ ପଟ୍ଟନାୟକଙ୍କୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଟାର୍ଗେଟ । ଅରୁଣ ସାହୁଙ୍କ ପରେ ଟାର୍ଗେଟ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ । ସୈାମ୍ୟଙ୍କ ବୟାନକୁ ଦଳ ବିରୋଧୀ କାର୍ଯ୍ୟ କହିଲେ ଅତନୁ । ଦଳକୁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ କରି ବାରମ୍ବାର ଲେଖୁଛନ୍ତି । ଏହା ଆଦୈା ଗ୍ରହଣୀୟ ନୁହେଁ କହିଲେ ଅତନୁ ସବ୍ୟସାଚୀ । ସାଧାରଣ ଲୋକେ ଏହାକୁ ଗ୍ରହଣ କରିବେନି । ଦଳରେ ରହି ବ୍ଲାକମେଲିଂ କରିବାକୁ ପ୍ରୟାସ କରୁଛନ୍ତି ସୈାମ୍ୟ । ବ୍ଲାକମେଲିଂକୁ ଆୟୁଧ କରି ଲକ୍ଷ୍ୟରେ ପହଁଚିପାରିବେନି ସୈାମ୍ୟ । । ସୈାମ୍ୟ କଣ ଓ କେତେଥର ଦଳ ବଦଳାଇଛନ୍ତି ସମସ୍ତେ ଜାଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସାରା ରାଜ୍ୟ ଗସ୍ତ କଲା । ଲୋକଙ୍କ ଅଭିଯୋଗ ସମାଧାନ ହେଲା , ଏଥିରେ ଅସୁବିଧା କଣ । କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ ଦଳର ସଭାପତି ନିଷ୍ପତ୍ତି ନେବେ ।
ତେବେ ଗତ କିଛି ଦିନ ଧରି ଦଳ ବିରୋଧୀ କାର୍ଯା ପାଇଁ ସୈାମ୍ୟ ଏବେ ଅଡୁଆରେ ପଡିଛନ୍ତି । ଦଳକୁ ସମର୍ଥନ ନ କରି ବିରୋଧ କରୁଥିବା ଦେଖାଯାଉଛି । ବିଜେଡି ଦଳର ବିଧାୟକ ହୋଇ ମଧ୍ୟ ସେ ଏବେ ଦଳ ବିରୋଧୀ କାର୍ଯ୍ୟ କରିବା ତାଙ୍କ ପାଇଁ ମହଙ୍ଗା ହେବାରେ ଲାଗିଛି । ଦଳ ତାଙ୍କ ପାଇଁ କି କାର୍ଯ୍ୟାନୁଷ୍ଠାନ ନେବ କି ନାହିଁ ତାହା ତ ସମୟ କହିବ , କିନ୍ତୁ ଏହା ତାଙ୍କୁ ଅଡୁଆରେ ପକାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ବ୍ଲାକମେଲିଂ କରୁଛନ୍ତି ସୈାମ୍ୟ : ଅତନୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











