ମୟୁରଭଞ୍ଜ : ତାତିଲେ ଜନସାଧାରଣ। ୧୦ ଦଫା ଦାବି ନେଇ ଘେରାଉ କଲେ ବ୍ଲକ କାର୍ଯ୍ୟାଳୟ।ଦାବି ପୂରଣ ନ ହଲେ ବିଧାୟକଙ୍କୁ ଜୋତା ମାଡ଼ ହେବାର ଚେତାବନୀ ମଧ୍ୟ ଦେଇଛନ୍ତି ସ୍ଥାନୀୟ ଜନସାଧାରଣ ଏବଂ ଭଞ୍ଜସେନା। ୧୦ ଦଫା ଦାବି ନେଇ ମୋରଡ଼ା ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ସ୍ଥାନୀୟ ଜନସାଧାରଣ ଏବଂ ଭଞ୍ଜସେନା। ଅଭିଯୋଗ ଅନୁଯାୟୀ ବର୍ଷା ଦିନରେ ଆବାସ ଘର ନିର୍ମାଣ ପାଇଁ କିଭଳି କାର୍ୟ୍ୟାଦେଶ ମିଳିଛି। ଆବାସ ଘର ହିତାଧିକାରୀ ଙ୍କୁ ସୁଲଭ ମୂଲ୍ୟରେ ନିର୍ମାଣ ସାମଗ୍ରୀ ଯୋଗାଇବା ସହିତ ଆବାସ ଘର ନିର୍ମାଣର ସମୟ ସୀମା ବଢାଇବା। ଡାକ୍ତରଖନା ରେ ଡାକ୍ତର ଯୋଗାଇବା । ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ କରିବା । ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ପାଇଁ ଛୋଟ ଶିଳ୍ପାୟନ ପ୍ରତିଷ୍ଠା ଆଦି ଦାବି ନେଇ ବ୍ଲକ ଘେରାଉ କରାଯାଇଥିଲା। ପାଖାପାଖି ୩ ହଜାର ଲୋକଙ୍କ ସମାବେଶରେ ବିଶାଳ ବାଇକ ରାଲିକରି ଭଞ୍ଜସେନା କର୍ମୀ ସହିତ ସ୍ଥାନୀୟ ଜନସାଧାରଣ ମୋରଡ଼ା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ବିଡିଓଙ୍କୁ ୧୦ ଦଫାର ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଯଥାଶୀଘ୍ର ଦାବି ପୁରଣ ନ ହେଲେ ଆଗାମୀ ଦିନରେ ବିଧାୟକଙ୍କୁ ବିରୋଧ କରିବା ସହିତ ଯୋତା ମାଡ଼ ହେବ ବୋଲି ମଧ୍ୟ କହିଛନ୍ତି ସ୍ଥାନୀୟ ଜନସାଧାରଣ । ସେପଟେ ୧୦ ଦଫା ଦାବି ଭାବେ ନିଆର୍ୟ୍ୟ ଦାବି ବା ଅତ୍ୟାବଶ୍ୟକ ହୋଇଥିବାରୁ ଏହି ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଶ୍ଚିତ ଭାବରେ ପଠା ଯିବ ।
ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ସ୍ଥାନୀୟ ବାସିନ୍ଦା, ସହଯୋଗର ହାତ ବଢ଼େଇଲା ମୟୁରଭଞ୍ଜର ଜାଗ୍ରତ ପ୍ରହରୀ ଭଞ୍ଜ ସେନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











