ବ୍ରିସବ୍ରେନ : ବ୍ରିସବ୍ରେନରେ ପହଁଚିଲା ଭାରତୀୟ ଦଳ । ବର୍ଡର ଗାଭାସ୍କର ଟ୍ରଫି ୧-୧ ସ୍ଥିତିରେ ରହିଛି । ତୃତୀୟ ମ୍ୟା. ୧୪ ତାରିଖରୁ ଗାବାରେ ଆରମ୍ଭ ହେବ । ପ୍ରଥମ ମ୍ୟାଚକୁ ଭାରତ ଜିତିବା ପରେ ପିଙ୍କ ବଲ୍ ଟେଷ୍ଟରେ ୧୦ ୱିକେଟରେ ପରାଜିତ ହୋଇଥିଲା । ତେଣୁ ଶୃଙ୍ଖଳାରେ ଆଗୁଆ ରହିବା ପାଇଁ ତଥା ଡବ୍ଲ୍ୟୁଟିସି ଦୌଡ଼ରେ ସ୍ଥିତିକୁ ଅଧିକ ଦୃଢ଼ କରିବାକୁ ଭାରତ ପାଇଁ ଏହି ମ୍ୟାଚ୍ ବହୁତ ଗୁରୁତ୍ବବହନ କରୁଛି। ଭାରତ ସହିତ ଅଷ୍ଟ୍ରେଲିଆର ଶୀର୍ଷ କ୍ରମ ବ୍ୟାଟର୍ଙ୍କ ପାଇଁ ଗାବା ପିଚ୍ ଅନେକ ଆହ୍ବାନ ଆଣୁଛି। ତେବେ ୨୦୨୧ରେ ଖେଳାଯାଇଥିବା ମ୍ୟାଚ୍ ଓ ୨୦୨୪ରେ ଖେଳାଯିବାକୁ ଥିବା ମ୍ୟାଚ୍ ଭିତରେ ଗୋଟିଏ ଫରକ ରହିଛି। ପୂର୍ବ ମ୍ୟାଚ୍ଟି ଜାନୁଆରିରେ ଖେଳାଯାଇଥିଲା ବେଳେ ଆସନ୍ତା ମ୍ୟାଚ୍ ଅଷ୍ଟ୍ରେଲୀୟ ଗ୍ରୀଷ୍ମ ପ୍ରବାହର ଟିକେ ପୂର୍ବରୁ ଆୟୋଜିତ ହେବାକୁ ଯାଉଛି। ତେଣୁ ପିଚ୍ର ବ୍ୟବହାର ଉପରେ ଏହା କିଛିଟା ପ୍ରଭାବ ପକାଇପାରେ।
Views: 38