ନୂଆଦିଲ୍ଲୀ : ବ୍ରିଟେନ ଓ ମାଳଦ୍ବୀପ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଆଜିଠୁ ୨ ଦିନିଆ ବ୍ରିଟେନ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀ କିୟର ଷ୍ଟାର୍ମରଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ମୁକ୍ତ ବ୍ୟାପାର ବୁଝାମଣା ନେଇ ମଧ୍ୟ ଆଲୋଚନା କରାଯିବ । କିଙ୍ଗ ଚାର୍ଲସ ତୃତୀୟଙ୍କ ସହ ସାକ୍ଷାତ କରିବେ ମୋଦି । ଏହା ପରେ ୨୬ ଜୁଲାଇରେ ମାଳଦ୍ବୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ମାଳଦ୍ବୀପର ୬୦ତମ ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମରେ ମୋଦିଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ନମନ୍ତ୍ରଣ କରିଛନ୍ତି ମାଳଦ୍ବୀପ ରାଷ୍ଟ୍ରପତି ।
Views: 13