The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ, ୯୬ ବର୍ଷରେ ଆଖି ବୁଜିଲେ

Facebook
Twitter
LinkedIn

ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ । ବ୍ରିଟେନ ରାଜଗାଦିରେ ସବୁଠୁ ଅଧିକ ଦିନ ଧରି ଶାସନ କରିଥିବା ମାହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସ୍କଟଲ୍ୟାଣ୍ଡର ବାଲମୋରାଲ କ୍ୟାସେଲରେ ପରଲୋକ ହୋଇଛି । ଏନେଇ ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ଏହି ଦୁଃଖଦ ସୂଚନା ଦିଆଯାଇଛି । ୯୬ ବର୍ଷୀୟା ମହାରାଣୀ ଗତ ବର୍ଷ ଅକ୍ଟୋବର ମାସରୁ ଅସୁସ୍ଥ ରହି ଆସୁଥିଲେ। ଚାଲିବା ଏବଂ ଠିଆ ହେବାରେ ତାଙ୍କର ସମସ୍ୟା ଦେଖା ହେଉଥିଲା। ହେଲେ ଆଜି ସେ ହଠାତ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ଏପରିକି ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିଲେ।

ମହାରାଣୀଙ୍କ ବିୟୋଗ ପରେ ରାଜ ପରିବାର ବାଲମୋରାଲରେ ପହଞ୍ଚିଛନ୍ତି। ରାଣୀଙ୍କ ପୁଅ ହ୍ୟାରୀ ପ୍ରିନ୍ସ ଚାର୍ଲ୍ସ, ଅଣନାତି ଉଇଲିୟମ ଓ ହ୍ୟାରୀ ଏବଂ ତାଙ୍କ ପରିବାର ଏଠାରେ ପହଞ୍ଚିଛନ୍ତି। ଜୁନ ମାସରେ ରାଜ ପରିବାର ରାଣୀଙ୍କ ଶାସନର ୭୦ ବର୍ଷ ପୂର୍ତ୍ତିକୁ ବଡ଼ ଆଡମ୍ୱର ସହ ପାଳନ କରିଥିଲେ।

୨୦୧୫ରେ ବ୍ରିଟେନ ରାଜଗାଦିରେ ସର୍ବାଧିକ ସମୟ ଶାସନ କରିବାର ରେକର୍ଡ ନିଜ ନାଁରେ କରିଥିଲେ। ରାଣୀ ଭିକ୍ଟୋରିଆଙ୍କୁ ପଛରେ ପକାଇ ସେ ଏହି ଉପଲବ୍ଧି ହାସଲ କରିଥିଲେ।

ଏଲିଜାବେଥ୍ ଦ୍ୱିତୀୟଙ୍କ ବିୟୋଗରେ ସାରା ବ୍ରିଟେନର ଶୋକର ଛାୟା ଖେଳିଯାଇଛି। ମହାରାଣୀଙ୍କ ବିୟୋଗ ପରେ ତାଙ୍କ ପୁଅ ଚାର୍ଲ୍ସ ବ୍ରିଟେନର ରାଜା ହୋଇଛନ୍ତି । ଏନେଇ ରାଜ ପରିବାର ପକ୍ଷରୁ ଘୋଷଣା କରାଯାଇଛି।

ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ବିୟୋଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। ପିଏମ ମୋଦୀ ଟ୍ୱିଟ କରି କହିଛନ୍ତି, ‘୨୦୧୫ ଏବଂ ୨୦୧୮ରେ ବ୍ରିଟେନ ଗସ୍ତ ସମୟରେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସହ ସ୍ମରଣୀୟ ବୈଠକ ହୋଇଥିଲା। ଗସ୍ତ ବେଳେ ଏକ ବୈଠକରେ ମହାତ୍ମା ଗାନ୍ଧୀ ତାଙ୍କୁ ଉପହାର ଦେଇଥିବା ଏକ ରୁମାଲ ସେ ମୋତେ ଦେଖାଇଥିଲେ। ଏହା ମୋ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ।’

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login