କଟକ : ନିଖୋଜ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର । କାଠଯୋଡି ବ୍ରିଜ ତଳୁ ଛାତ୍ରଙ୍କ ମୃତଦେହ ଉଦ୍ଧାର । ନିଖୋଜ ନେଇ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ ପରିବାର । ମୃତକ ହେଲେ କଲ୍ୟାଣ ନଗର ଅଞ୍ଚଳର ସଂଗ୍ରାମ ଜେନାଙ୍କ ପୁଅ ସାହିଲ ଜେନା । ସେ ସତସଙ୍ଗବିହାର ଦରଗାପାଟଣା ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ । ଶ୍ରୁକ୍ରବାରଠାରୁ ନିଖୋଜ ଥିଲେ ସାହିଲି। ସ୍କୁଲ ଯାଇ ଆଉ ଘରକୁ ଫେରିନଥିଲେ। ଗତକାଲି ସାଇକେଲ ମିଳିଥିଲା । ଆଜି କାଠଯୋଡି ନଦୀ କୂଳରେ ମିଳିଥିଲା ଜୋତା ଓ ବ୍ୟାଗ । ପରେ ବାରଙ୍ଗ ଅଗ୍ନିଶମ ବାହିନୀ ଟିମ୍ ଓ ମଧୁପାଟଣା ପୋଲିସ ମୃତଦେହକୁ ଉଦ୍ଧାର କରିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ସାହିଲଙ୍କ ମୃତ୍ୟୁ ହେଲା ? ନଦୀରେ ଅଘଟଣ ନା ହତ୍ୟା ? କାଠଯୋଡ଼ି ନଦୀ ପଠାକୁ ସାହିଲ ଯାଇଥିଲେ କାହିଁକି ? ମୃତଦେହକୁ ପୋଷ୍ଟମର୍ଟମ ପାଇଁ କଟକ ଏସସିବିକୁ ପଠାଇବା ସହ ଅଧିକ ଖୋଳତାଡ କରୁଛି ମଧୁପାଟଣା ଥାନା ପୋଲିସ ।
Views: 77