The Ultimate Managed Hosting Platform
ADVERTISEMENT

ବ୍ରିଜରୁ ତଳକୁ ଖସିଲା କଦଳୀ ବୋଝେଇ ଟ୍ରକ

Facebook
Twitter
LinkedIn

ଭଦ୍ରକ : ବିଦ୍ୟୁତ ଖୁଣ୍ଟକୁ ପିଟି ବ୍ରିଜରୁ ତଳକୁ ଖସିଲା ଟ୍ରକ । ୧୬ ନଂ ଏନଏଚ ଗେଲପୁର ଛକ ନିକଟ ବ୍ରିଜରୁ ତଳକୁ ଖସିଲା ଟ୍ରକ । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ସହ ହେଲପର ଗୁରୁତର । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କଦଳୀ ବୋଝେଇ କରି କଟକରୁ ବାଲେଶ୍ୱର ଯାଉଥିଲା ଟ୍ରକ । ଗେଲପୁର ଛକ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟି ପଡିଥିଲା । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଡ୍ରାଇଭର ଓ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login