କେନ୍ଦ୍ରାପଡା : ଗାଧୋଇବା ବେଳେ ବ୍ରାହ୍ମଣୀ ନଦୀରେ ବୁଡି ୨ ନିଖୋଜ । ପଟ୍ଟାମୁଣ୍ଡାଇ ସଦର ଥାନା ନିମପୁର ଘାଟରେ ଅଘଟଣ । ମୃତକ ୨ ଜଣ ଉତ୍ତର ପ୍ରଦେଶର ହୋଇଥିବା ବେଳେ ଗାଁରେ ରହି ମିସ୍ତ୍ରୀ କାମ କରୁଥିଲେ । ଗାଧୋଇବା ସମୟରେ ପାଣିର ସ୍ରୋତରେ ଦୁଇ ଜଣ ଭାସି ଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବିଭାଗ ପହଂଚି ଖୋଜାଖୋଜି ଜାରି ରଖିଛି । ନିଖୋଜ ହୋଇଥିବା ଦୁଇ ଯୁବକ ଅଗ୍ରା ଅଂଚଳର ଅଜିତ ଓ ଜାବୀର ବୋଲି ଜଣାପଡିଛି ।
Views: 94











