The Ultimate Managed Hosting Platform
ADVERTISEMENT

ବ୍ରାଞ୍ଚ ମ୍ୟାନେଜର ନିଖୋଜ; ଛୁଟି ସାରି ଫେରୁଥିଲେ କିନ୍ତୁ ବାଟରେ ହୋଇଗଲେ ଉଭାନ

Facebook
Twitter
LinkedIn

ବାଙ୍କୀ : କାନାର ବ୍ୟାଙ୍କର ବଡମ୍ବା ବ୍ରାଞ୍ଚ ମ୍ୟାନେଜର ନିଖୋଜ । ବ୍ରାଞ୍ଚ ମ୍ୟାନେଜର ତପନ ସାହୁ ନିଖୋଜ । ବୈଦେଶ୍ୱର ଥାନାରେ ଏତଲା । କଳାପଥର ବ୍ରାଞ୍ଚକର୍ତ୍ତପକ୍ଷଙ୍କ ପକ୍ଷରୁ ଥାନାରେ ଏତଲା । ଛୁଟିରେ ବ୍ରହ୍ମପୁର ଯାଇ ବାଇକ୍ ଯୋଗେ ସେଠାରୁ ଫେରୁଥିଲେ । କଳାପଥର ବ୍ରାଞ୍ଚରେ ପହଁଚି ବ୍ୟାଙ୍କ ସମ୍ପର୍କିତ କିଛି କାମ କରିଥିଲେ । ଏହା ପରେ ବ୍ୟାଙ୍କରୁ ବାହାରି ବଡମ୍ବା ଅଭିମୁଖେ ଯାଇଥିଲେ ତପନ । ପତନି ଛଳରେ ଯାଉଥିବାର ଦୃଶ୍ୟ ମଧ୍ୟ ସିସିଟିଭିରୁ ଜଣାପଡୁଛି । ପତନି ଛକ ଅତିକ୍ରମ ପରେ ମୋବାଇଲ ସୁଇଚ ଅପ ହେବା ଫଳରେ ବ୍ୟାଙ୍କ ମ୍ୟାନେଜରଙ୍କ ପତ୍ତା ମିଳୁନି । କୁଆଡେ ଗଲେ କେଉଁଠାକୁ ଗଲେ କିଛିର ବି ଖୋଜ ଖବର ମିଳୁନି ଏଯାଏଁ । ବ୍ୟସ୍ତ ହୋଇ ସ୍ତ୍ରୀ ବ୍ରହ୍ମପୁରରୁ ଧାଈଁ ଆସିଛନ୍ତି ଖୋଜିବାକୁ । କିନ୍ତୁ କିଛି ବି ସୁରାକ ମିଳୁନି ବ୍ୟାଙ୍କ ମ୍ୟାନେଜରଙ୍କର । ଫୋନରେ କହିଲେ ବ୍ୟାଙ୍କ ଯାଉଛି କିନ୍ତୁ ନିର୍ଦ୍ଧିଷ୍ଟ ସମୟ ପାର କରିଯାଇଥିଲେ ସୁଦ୍ଧା ଆସିଲେନି ମ୍ୟାନେଜର ସାର । ଫୋନ୍ ବି ଆସୁଥିଲା ସୁଇଚ ଅଫ୍ । ଏବେ ପର୍ୟ୍ୟନ୍ତ ବି ସୁଇଚ୍ ଅଫ୍ ଅଛି ବ୍ୟାଙ୍କ ମ୍ୟାନେଜର ସାରଙ୍କ ମୋବାଇଲ । ବହୁ ଖୋଜା ଖୋଜି ପରେ କଳା ପଥର ମ୍ୟାନେଜର ବଡମ୍ବା ବ୍ରାଞ୍ଚ ମ୍ୟାନେଜର ତପନ କୁମାର ସାହୁଙ୍କ ପତ୍ତା ମିଳୁ ନ ଥିବାର ଏକ ଲିଖିତ ଏତଲା ଦାୟର କଲେ।
ଏତଲା ଆଧାରରେ ପୋଲିସ୍ ତନାଘନା କରୁଥିବା ବେଳେ ନିଖୋଜ ବ୍ରାଞ୍ଚ ମ୍ୟାନେଜର ଙ୍କ ପରିବାର ଓ ସମ୍ପର୍କୀୟ ମାନେ ପହଞ୍ଚି ଖୋଜା ଖୋଜି କରୁଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login