ଜଗତସିଂହପୁର : ଧଳା ଜହର ରୋକିବାପାଇଁ ଜଗତସିଂହପୁର ପୋଲିସ ପକ୍ଷରୁ ଚାଲିଥିବା ଚଢ଼ାଉ ଓ ଯାଞ୍ଚ ଅଭିଯାନକୁ ଏକ ବଡ ସଫଳତାମିଳିଛି । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ନିକଟରେ ଚଢ଼ାଉ କରି ୩୨୧.୬୨ ଗ୍ରାମ ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି ପୋଲିସ । ୩ ଜଣଙ୍କୁ ଗିରଫ କରିବା ସହିତ ନଗଦ ୯୭ ହଜ଼ାର ଟଙ୍କା ଏବଂ ଏକ ବାଇକ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ବ୍ରାଉନସୁଗାର ବିକିବାକୁ ଆସିଥିବା ନିଆଳି ଥାନା ପତ୍ରକଣା ଗ୍ରାମର ଦେବେନ୍ଦ୍ର ସାହୁ ଓ ତାଙ୍କ ପୁଅ ସଞ୍ଜିତ ସାହୁକୁ ପୋଲିସ ଗିରଫ କରିଥିଲା । ସେହିପରି ଏମାନଙ୍କ ଠାରୁ ବ୍ରାଉନସୁଗାର କିଣୁଥିବା ଅଭିଯୋଗରେ ଆଳିପିଙ୍ଗଳ ଅଞ୍ଚଳର ସୌମ୍ୟରଂଜନ ଭୋଇକୁ ମଧ୍ୟ ପୋଲିସ ଗିରଫ କରିଥିବା ସଦର ଥାନା ଆଇଆଇସି ସୂଚନା ଦେଇଛନ୍ତି । ଏହି ବ୍ରାଉନ ସୁଗାର ର ମୂଲ୍ୟ ଆନୁମାନିକ ୩୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି କ୍ଷ ଆଜି ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ବ୍ରାଉନସୁଗାର୍ ବେପାରରେ ବାପ-ପୁଅ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











