ଜଗତସିଂହପୁର : ଧଳା ଜହର ରୋକିବାପାଇଁ ଜଗତସିଂହପୁର ପୋଲିସ ପକ୍ଷରୁ ଚାଲିଥିବା ଚଢ଼ାଉ ଓ ଯାଞ୍ଚ ଅଭିଯାନକୁ ଏକ ବଡ ସଫଳତାମିଳିଛି । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ନିକଟରେ ଚଢ଼ାଉ କରି ୩୨୧.୬୨ ଗ୍ରାମ ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି ପୋଲିସ । ୩ ଜଣଙ୍କୁ ଗିରଫ କରିବା ସହିତ ନଗଦ ୯୭ ହଜ଼ାର ଟଙ୍କା ଏବଂ ଏକ ବାଇକ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ବ୍ରାଉନସୁଗାର ବିକିବାକୁ ଆସିଥିବା ନିଆଳି ଥାନା ପତ୍ରକଣା ଗ୍ରାମର ଦେବେନ୍ଦ୍ର ସାହୁ ଓ ତାଙ୍କ ପୁଅ ସଞ୍ଜିତ ସାହୁକୁ ପୋଲିସ ଗିରଫ କରିଥିଲା । ସେହିପରି ଏମାନଙ୍କ ଠାରୁ ବ୍ରାଉନସୁଗାର କିଣୁଥିବା ଅଭିଯୋଗରେ ଆଳିପିଙ୍ଗଳ ଅଞ୍ଚଳର ସୌମ୍ୟରଂଜନ ଭୋଇକୁ ମଧ୍ୟ ପୋଲିସ ଗିରଫ କରିଥିବା ସଦର ଥାନା ଆଇଆଇସି ସୂଚନା ଦେଇଛନ୍ତି । ଏହି ବ୍ରାଉନ ସୁଗାର ର ମୂଲ୍ୟ ଆନୁମାନିକ ୩୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି କ୍ଷ ଆଜି ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ବ୍ରାଉନସୁଗାର୍ ବେପାରରେ ବାପ-ପୁଅ ଗିରଫ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...