ଉତ୍ତରପ୍ରଦେଶ : ଡିଭାଇଡରକୁ ଧକ୍କା ଦେଇ ବୋଲେରୋ ଉପରେ ଓଲଟିଲା ଟ୍ରକ୍। ବୋଲେରୋ ସହ ଚାପି ହୋଇଗଲେ ଚାଳକ। ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଉତ୍ତରପ୍ରଦେଶର ରାମପୁରରେ ଘଟିଛି। ଏହି ଦୁର୍ଘଟଣାରେ ବୋଲେରୋ ଚାଳକଙ୍କ ମୃତ୍ୟୁ ହୋଇଛି। ଟ୍ରକଟି ବୋଲେରୋକୁ ଚାପି ଦେବା ଫଳରେ ଚାଳକ ଆଉ ବାହାରକୁ ଆସିବାକୁ ସଫଳ ହୋଇପାରିନଥିଲେ। ଏହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।ରବିବାର ଦିନ ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଥିବା ପାହାଡି ଗେଟ୍ ନିକଟସ୍ଥ ଗଞ୍ଜ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଆଗରେ ବୋଲେରୋ ଆସୁଥିବା ବେଳେ ପଛରେ ଆସୁଛି ଧାନ ଅଗାଡ଼ି ବୋଝେଇ ଟ୍ରକ୍। ଏହା ପରେ ବୁଲାଣି ବୁଲିବା ପାଇଁ ବୋଲେରୋଟି ହଠାତ୍ ଡାହାଣକୁ ବୁଲୁଛି। ହେଲେ ଗାଡ଼ିର ଇଣ୍ଡିକେଟର ନଦେଇ ଚାଳକ ହଠାତ୍ ଗାଡ଼ି ବୁଲାଇ ଦେବାରୁ ଟ୍ରକ୍ ସହ ଧକ୍କା ଖାଉଛି। ଅନ୍ୟପକ୍ଷରେ ଟ୍ରକ୍ ଚାଳକ ବୋଲେରୋକୁ ବଞ୍ଚାଇବାକୁ ଯାଇ ଡିଭାଇଡର ଉପରେ ଚଢ଼ିବା ସହ ଓଲଟି ପଡ଼ୁଛି। ବୋଲେରୋଟି ଟ୍ରକ୍କୁ ଲାଗି ରହିଥିବାରୁ ଟ୍ରକ୍ ତଳେ ଚାପି ହୋଇଯାଉଛି। ଟ୍ରକ୍ ଓ ଧାନ ଅଗାଡ଼ି ତଳେ ଉଭେଇ ଯାଉଛି ବୋଲେରୋ।
ବୋଲେରୋ ଉପରେ ଓଲଟିଲା ଟ୍ରକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











