The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବୋମାରେ ଘରକୁ ସଜାଇଲେ ବ୍ୟକ୍ତି , ଏହାକୁ ଦେଖି ପଡୋଶୀଙ୍କ ହାଲାତ ହୋଇଗଲା ଖରାପ

Facebook
Twitter
LinkedIn

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ତାଙ୍କ ଘରକୁ ବୋମାରେ ସଜାଇ ଥିଲେ, ଏହା ସମ୍ପର୍କରେ ପଡୋଶୀ ମଧ୍ୟ କିଛି ବି ଜାଣିପାରି ନ ଥିଲେ । ବାସ୍ତବରେ ଏହା ଏପରି ଅପରାଧ ଥିଲା ଯେଉଁଥିପାଇଁ ଅଭିଯୁକ୍ତଙ୍କୁ ଏକ ଭିନ୍ନ ଦଣ୍ଡ ଦିଆଯାଇଥିଲା । ବ୍ରିଟେନରେ ଘଟିଛି ଏଭଳି ଘଟଣା । ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରିଟେନର କର୍ଣ୍ଣୱାଲରେ ରହୁଥିବା ଜଣେ ପାଗଳ ବ୍ୟକ୍ତି ଯେତେବେଳେ ବଜାରରୁ କିଛି ଗ୍ରେନେଡ ସାଜସଜ୍ଜା ଉଦ୍ଦେଶ୍ୟରେ ଆଣିଥିଲେ ସେତେବେଳେ ଏହା କରିଥିଲେ। କୈାତୁହଳର ବିଷୟ ହେଉଛି ଯେ ସେ ଜାଣି ନଥିଲେ ଯେ ଏହି ସବୁ ଗ୍ରେନେଡ ଜୀବନ୍ତ ଏବଂ ଯେକୈାଣସି ସମୟରେ ବିସ୍ଫୋରଣ ହୋଇପାରେ । ସେ ଏହି ସମସ୍ତ ବୋମାକୁ ସାଜସଜ୍ଜା ଭାବରେ ଲଗାଇବା ଆରମ୍ଭ କଲେ । ଘରର କାନ୍ଥରେ, ପ୍ରାଙ୍ଗଣରେ ଏବଂ ଛାତ ଉପରେ ଗୋଟିଏ ପରେ ଗୋଟିଏ ସେଟ୍ କରି ଲଗାଇଥିଲେ ବ୍ୟକ୍ତି ।
ପ୍ରଥମେ ପଡୋଶୀ ତାଙ୍କୁ ଏପରି କରୁଥିବାର ଦେଖି ଆଶ୍ଚର୍ୟ୍ୟ ହେଲେ, କିନ୍ତୁ ଯେତେବେଳେ ସେମାନେ ନିକଟତର ହୋଇ ଏସବୁ ଦେଖିଲେ, ସେମାନେ ଡରିଗଲେ । କାରଣ ଏହା ସବୁ ଜୀବନ୍ତ ଗ୍ରେନେଡ ବୋମା ଥିଲା। ତାଙ୍କର ଏପର୍ି କାର୍ଯ୍ୟ ଦେଖି ଜଣେ କିମ୍ବା ଦୁଇ ଜଣ ପଡ଼ୋଶୀ ସେଠାରୁ ଚାଲିଗଲେ । ସୈାଭାଗ୍ୟବଶତଃ ଏହି ସମୟରେ ପୋଲିସ ଟିମ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଜଣେ ପଡ଼ୋଶୀ ଯାଇ ପୋଲିସକୁ ଏହି ସବୁ କଥା କହିଥିଲେ।
ଯେତେବେଳେ ପୋଲିସ ଟିମ୍ ସେହି ବ୍ୟକ୍ତିଙ୍କ ଘରେ ପହଁଚିଲେ, ସେମାନେ ମଧ୍ୟ ଆଶ୍ଚର୍ୟ୍ୟ ହେଲେ । ତରବରିଆ ଭାବେ ବୋମା ସ୍କ୍ୱାଡର ଏକ ଟିମ୍ ଡକାଯାଇ ସମସ୍ତ ଜୀବନ୍ତ ଗ୍ରେନେଡ୍ ବୋମା ନଷ୍ଟ କରାଯାଇଥିଲା। ବ୍ୟକ୍ତି ଜଣକ ପୋଲିସକୁ କହିଥିଲେ ଯେ ସେ ସାଜସଜ୍ଜା ଉଦ୍ଦେଶ୍ୟରେ ଗ୍ରେନେଡ କିଣିଛନ୍ତି ଏବଂ ସେସବୁ ଜୀବିତ ବୋଲି ଜାଣଇ ନାହାନ୍ତି ନାହିଁ। ପୋଲିସ ବୋମା ନିଷ୍କ୍ରିୟ କରିବା ପରେ ପଡ଼ୋଶୀଙ୍କ ଭୟ ଦୂର ହୋଇଗଲା । ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା ଏବଂ ଦଣ୍ଡ ଦିଆଯାଇଥିଲା ଯେ ସେ ଆଜି ପରେ ବୋମା କିଣିବେ ନାହିଁ ନଚେତ୍ ତାଙ୍କୁ ଜେଲକୁ ପଠାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login