ପାରାଦୀପ : ପାଣିରେ ବୁଡି ଯାଇଥିବା ବୋଟକୁ ଧକ୍କା ଦେଇ ଟ୍ରଲର କ୍ଷତିଗ୍ରସ୍ତ । ନେହରୁ ବଙ୍ଗଳା ମାଛଧରା ବନ୍ଦର ୪ ନଂ ଜେଟିରେ ଧକ୍କା ଦେଇ ଟ୍ରଲର କ୍ଷତିଗ୍ରସ୍ତ ହୋଇଛି । ଫାଟ ସୃଷ୍ଟି ହେବାରୁ ଟ୍ରଲର ଭିତରେ ପଶୁଛି ପାଣି , ବୁଡିଯିବା ଆଶଙ୍କା । ଟ୍ରଲରକୁ ଉଦ୍ଧାର ପାଇଁ କୁଜଙ୍ଗରୁ ଗଲା ଅଗ୍ନିଶମ ବାହିନୀ । ଆଜି ମାଛ ଧରିବାକୁ ସମୁଦ୍ର ଭିତରକୁ ଏକ ଟ୍ରଲର ଯାଇଥିବାବେଳେ ପାଣି ଭିତରେ ବୁଡିଥିବା ଏକ ବୋଟକୁ ଧକ୍କା ଦେଇଥିଲା ଫଳରେ ଟ୍ରଲର ରେ ଫଟା ସୃଷ୍ଟି ହୋଇଥିଲା । ଟ୍ରଲର ଭିତରକୁ ପାଣି ପଶୁଥିବା ଦେଖି ଜେଟୀରେ ଥିବା ଲୋକଙ୍କୁ ଯୋଗାଯୋଗ କରିଥିଲେ ।
Views: 44