ଭୁବନେଶ୍ୱର : ପଲ୍ୟୁସନ ସାର୍ଟିଫିକେଟକୁ ନେଇ ଟେନସନ । ପଲ୍ୟୁସନ ସାର୍ଟିଫିକେଟକୁ ନେଇ ଗୁଜବର ଶିକାର ନ ହେବାକୁ ଏସଟିଏର ଅନୁରୋଧ । କେବଳ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ପଦକ୍ଷେପ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯାଇଛି । ତେଲ ସଂସ୍ଥା, ଡିଲର ସଂଘଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି । ୧୫ ଦିନ ଧରି ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ନିଷ୍ପତ୍ତି । ୯୦ ଦିନରୁ ଅଧିକ ଦିନ ଧରି ବକେୟା ଥିବା ଇ-ଚାଲାଣ ପାଇଁ ନିୟମ ଲାଗୁ । ଚାଲାଣ ୯୦ ଦିନରୁ କମ ବକେୟା ଥିଲେ ପାଇପାରିବେ ପଲ୍ୟୁସନ ସାର୍ଟିଫିକେଟ ।
Views: 80











