ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ଫୋନ କଲ ଯୋଗେ ଧମକ ମିଳିଥିବା ପୋଲିସରେ ଅଭିଯୋଗ । ବୈଜୟନ୍ତଙ୍କ ଜଣେ ସହ ଯୋଗୀ ଉକ୍ତ ଫୋନ କଲ ରିସିଭ କରିଥିଲେ । ନବ ଦାସଙ୍କ ଭଳି ବୈଜୟନ୍ତ ସମାନ ଦଶା ଭୋଗିବେ କହିଥିଲେ କଲର । ଧମକ କଲ ନେଇ ଦିଲ୍ଲୀ ପୋଲିସରେ ଏତଲା କରାଯାଇଛି । ସତ କି ପ୍ରାଙ୍କ କଲ୍ ଜଣାପଡିବା ସମ୍ଭବ ନ ଥିବାରୁ ଏତଲା ହୋଇଛି । ଏ ନେଇ ଦିଲ୍ଲୀ ପୋଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ସୂତ୍ରରୁ ସୂଚନା ।
Views: 107











