ଝାରସୁଗୁଡା : ବେଲପାହାଡ ମ୍ୟୁନିସପାଲଟି ଦୁର୍ନୀତି ଘଟଣାରେ ଆଉ ଏକ କାର୍ଯ୍ୟାନୁଷ୍ଠାନ । ତକôାଳୀନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ ନିଲମ୍ବିତ । ସ୍ୱତନ୍ତ୍ର ଅଡିଟ ରିପୋର୍ଟ ଦାଖଲ ପରେ ରାଜସ୍ୱ ବିଭାଗର କାର୍ଯ୍ୟାନୁଷ୍ଠାନ । ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲା ଜାମଦାର ତହସିଲଦାର ଅଛନ୍ତି ମଧୁସ୍ମିତା । ସୁଶ୍ରୀ ସିଂ ସେଠାକାର ଜିଲ୍ଲାପାଳଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି ବୋଲି ମଧ୍ୟ ଏହି ନିର୍ଦେଶରେ ଉଲ୍ଲେଖ ରହିଛି। ଏହା ସହିତ ସୁଶ୍ରୀ ସିଂଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରୋସିଡିଂ ମଧ୍ୟ ଆରମ୍ଭ କରାଯାଇଛି। ୪ କୋଟିରୁ ଅଧିକ ଟଙ୍କାର ହୋଇଥିବା ଦୁର୍ନୀତିର ତଦନ୍ତ କରୁଛି ଇଓଡବ୍ଲ୍ୟୁ । ପୂର୍ବରୁ ମ୍ୟୁନିସପାଲଟିର ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି ।
Views: 44











