The Ultimate Managed Hosting Platform
ADVERTISEMENT

ବେଙ୍ଗାଲୁର ଷ୍ଟାଡିମୟ ବାହାରେ ଦଳାଚକଟା ମାମଲା ; ଅପରାହ୍ନରେ ଶୁଣାଣି

Facebook
Twitter
LinkedIn

ବେଙ୍ଗାଲୁର : ବେଙ୍ଗାଲୁର ଷ୍ଟାଡିମୟ ବାହାରେ ଦଳାଚକଟା ମାମଲା । ନିଜ ଆଡୁ ମାମଲା ଗ୍ରହଣ କଲେ କର୍ଣ୍ଣାଟକ ହାଇକୋର୍ଟ । ଆଜି ଅପରାହ୍ନରେ କୋର୍ଟରେ ମାମଲାର ଜରୁରୀ ଶୁଣାଣି । ସୂଚନା ଅନୁଯାୟୀ, ଆରସିବିର ବିଜୟ ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧନା ସମାରୋହ କାର୍ୟ୍ୟକ୍ରମ ରହିଛି । ଏଥିପାଇଁ ଷ୍ଟାଡିୟମ ବାହାରେ ଶତାଧିକ ଫ୍ୟାନ୍ସ ଉପସ୍ଥିତ ରହିଛନ୍ତି । ଷ୍ଟାଡିୟମକୁ କେବଳ ଟିକେଟ ଏବଂ ପାସ୍ ଧାରୀଙ୍କୁ ଏଣ୍ଟ୍ରି ପାଇଁ ସୁଯୋଗ ଦେଇଛି । ଏପରି ସ୍ଥଳେ ଷ୍ଟାଡିୟମ ବାହାରେ ପ୍ରବଳ ଗହଳି ଲାଗିରହିଛି । ପୋଲିସ ଏମାନଙ୍କୁ କାବୁ କରିବା ପାଇଁ ଲାଠିଚାର୍ଜ କରିବା ପରେ ଦଳାଚକଟା ଆରମ୍ଭ ହୋଇଛି ।
୧୮ ବର୍ଷ ପରେ ଆରସିବି ଆଇପିଏଲ ଚାମ୍ପିଅନ ହୋଇଛି ତେଣୁ ଲକ୍ଷ ଲକ୍ଷ ସମର୍ଥକ ଷ୍ଟାଡିୟମ ବାହାରେ ଭିଡ଼ ଜମାଇଥିଲେ। ଘଟଣାରେ ୧୦ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login