The Ultimate Managed Hosting Platform
ADVERTISEMENT

ବେଗୁନିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

Facebook
Twitter
LinkedIn

ବସ୍ତା : ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତ ବେଗୁନିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଜୟ କୁମାର ସେଠୀ ସଭାପତିତ୍ବ କରିଥିବା ବେଳେ , ଉଦ୍ଘାଟକ ଭାବେ ପାଉଁଶକୁଲି ସରପଞ୍ଚ ବିନ୍ଦୁ ବାଳା ସେନାପତି କାର୍ୟ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷା ନିରକ୍ଷକ ନରହରି ସାହୁ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ, ଓ ସମ୍ମାନିତ ଅତିଥି ଭାବେ ପାଉଁଶକୁଲି ସିଆରସିସି ତପନ କୁମାର ସେନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପୂର୍ଣେନ୍ଦୁ ସାହୁ, ପରିଚାଳନା କମିଟି ର ସଦସ୍ୟ ଖିତିଶ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଏହି ଅବସରରେ ମଞ୍ଚାଷିନ ଅତିଥି ଗଣ ବିଭିନ୍ନ ଗଳ୍ପ, ମହାପୁରୁଷଙ୍କ ଜୀବନୀ ର ଉଦାହରଣ ଦେଇ ସୁସ୍ଥ ,ଶିକ୍ଷିତ ,ସଭ୍ୟ ସମାଜ ଗଠନ ପାଇଁ ଛାତ୍ର ଛାତ୍ରୀଙ୍କ କର୍ତ୍ତବ୍ୟ ,ଦାଇତ୍ୱ ବୋଧ ଉପରେ ଆଲୋକ ପାତ କରିବା ସହିତ ଅଭିଭାବକ ମାନଙ୍କୁ ଯତ୍ନବାନ ହେବାକୁ ପରାମର୍ଶ ଦେଇ, କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ସୁମତି ପାଳ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ଶିକ୍ଷକ ସୁକାନ୍ତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ ଓ ସେହି ବିଦ୍ୟାଳୟର ଛାତ୍ର ତଥା କୁନି ପଣ୍ଡିତ ଜୀବନ କୃଷ୍ଣ ପଣ୍ଡା ବେଦ ପାଠ କରିଥିଲେ। ଶିକ୍ଷକ ଡାନିଏଲ୍ ବାରିକ୍, ସର୍ବେଶ୍ଵର ସିଂହ ସମେତ ପରିଚାଳନା କମିଟିର ସଦସ୍ୟ/ ସଦସ୍ୟା ପରିଚାଳନାରେ ସହଯୋଗ କରିଥିବା ବେଳେ,ଶିକ୍ଷକ ଶୁଭେନ୍ଦୁ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login