The Ultimate Managed Hosting Platform
ADVERTISEMENT

ବେକରେ ରସି ଲଗାଇ ଜୀବନ ହାରିଲା ସ୍ତ୍ରୀ

Facebook
Twitter
LinkedIn

ସୋରଡା : ବେକରେ ରସିଲଗାଇ ଜୀବନ ହାରିଲା ସ୍ତ୍ରୀ। ପାରିବାରିକ କଳହର କରୁଣ ପରିଣତି। ସୋରଡା ଥାନା ରୁମାପଲ୍ଲୀ ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ମୃତକ ଜଣକ ହେଲେ ରୁବି ବିଶୋଈ। ସୂଚନା ଅନୁସାରେ ରୁମାପଲ୍ଲୀ ଗ୍ରାମର ରାଜୁ ବିଶୋଈ ରୁବିଙ୍କୁ ବିବାହ କରିଥିଲେ। ଦୁଇ ଦିନ ଧରି ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଓ ବଚସା ଲାଗି ରହିଥିଲା ଗତକାଲି ରାତିରେ ଘରେ କିଏ ନ ଥିବା ସମୟରେ ବେକରେ ରସି ଲଗାଇ ଜୀବନ ହାରିଥିବା ଜଣାପଡିଛି। ରାଜୁ ବିଶୋଈ ଏହି ଘଟଣା ସମ୍ପର୍କରେ ସୋରଡା ଥାନାରେ ଜଣାଇବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login