ନୂଆପଡା : ନୂଆପଡାରେ ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ପ୍ରେସମିଟ । ନବୀନଙ୍କ ‘ବେଇମାନ ‘ଓ ‘ପ୍ରାର୍ଥୀ ‘ଚୋରି’ ମନ୍ତବ୍ୟକୁ କଡା ସମାଲୋଚନା କଲେ । ନବୀନଙ୍କ ଏଭଳି ମନ୍ତବ୍ୟ ପରିବାରକୁ ଆଘାତ ଦେଇଛି । ବିଜେଡି ରାଜୁ ଢୋଲକିଆଙ୍କ ପରିବାର ପ୍ରତି ଖରାପ ବ୍ୟବହାର କରିଛି । ରାଜୁ ଭାଇଙ୍କୁ ରାଜନୈତିକ ବସ୍ତୁ ଭାବେ ଦେଖୁଛି ବିଜେଡି । ବସ୍ତୁର ଚୋରି ହୋଇପାରେ , କିନ୍ତୁ କୈାଣସି ବ୍ୟକ୍ତିର ନୁହେଁ । ଜୁନରୁ ରାଜୁ ଭାଇ ହସ୍ପିଟାଲରେ ଥିଲେ , ହାର୍ଟ ଓ କିଡନୀ ଖରାପ ଥିଲା । ଚେନ୍ନାଇରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେଲା , କିଡନୀ ଦେବାକୁ ପୁଅ ଜୟ ରାଜି ଥିଲେ । କିନ୍ତୁ ୩ ଦିନ ଭିତରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଏହା ସମ୍ଭବ ହୋଇପାରିଲାନି । ୩ ମାସ ଭିତରେ ବିଜେଡିର କେହି ବି ନେତା ଦେଖା କରିବାକୁ ଆସିଲେନି । ଦେଖା କରିବାକୁ ଆସିଲେନି କି ଫୋନଟିଏ ବି କଲେନି । ଚାନ୍ଦାମାଗି ରାଜୁଙ୍କ ପାର୍ଥିବ ଶରୀରକୁ ଏୟାର ଆମ୍ବୁଲାନ୍ସରେ ନୂଆପଡା ଅଣାଗଲା । ସେତେବେଳେ ଖର୍ଚ୍ଚ ଅର୍ଥ ଦିଆଯିବ କହିଥିଲେ ବିଜେଡି ନେତା । ଏଇଥିରୁ ଆପଣମାନେ ବୁଝିପାରୁଥିବେ ବିଜେଡି ତାର ବିଧାୟକମାନଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରେ। ପୁଅ ଜୟ ଢୋଲକିଆ ବାପା ରାଜେନ୍ଦ୍ର ଢୋଲକିଆଙ୍କୁ କିଡନି ଦେବାକୁ ପ୍ରସ୍ତୁତ ଥିଲେ, କିନ୍ତୁ କିଡନି ପ୍ରତ୍ୟାରୋପଣ ପୂର୍ବରୁ ଆଖି ବୁଜିଥିଲେ ରାଜେନ୍ଦ୍ର ଢୋଲକିଆ। ଜଣେ ଡାକ୍ତର ଭାବେ ଡାକ୍ତର ସମ୍ବିତ ପାତ୍ର ଏଠାରେ ରୋଗର ଉତ୍ତମ ବିଶ୍ଳେଷଣ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜେନ୍ଦ୍ର ଢୋଲକିଆଙ୍କ ବିଧବା ପତ୍ନୀ ତଥା ପୁଅ ଜୟ ଢୋଲକିଆଙ୍କ ମାଆ କଳ୍ପନା ଢୋଲକିଆ ଏବଂ ରାଜେନ୍ଦ୍ର ଢୋଲକିଆଙ୍କ ସାନଭାଇ ମଧ୍ୟ ଉପସ୍ଥିତ ଥିଲେ। ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ସାମ୍ନାକୁ ଆସିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଅନେକ ଅକୁଆ କଥା କହିଛନ୍ତି। ତାଙ୍କର ସ୍ବାମୀ ଅସୁସ୍ଥ ହେବା ଠାରୁ ଆରମ୍ଭ କରି ଜୟ ଢୋଲକିଆ ବିଜେପିରେ ଯୋଗ ଦେବା ପର୍ୟ୍ୟନ୍ତ ଘଟଣାକ୍ରମ ବଖାଣିଛନ୍ତି।
‘ବେଇମାନ’ମନ୍ତବ୍ୟକୁ ନିନ୍ଦା କରୁଛି ; ସମ୍ବିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











