ଯାଜପୁର : ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ । ଯାଜପୁର ଥାନା ବାସୁଦେବପୁର ପଂଚାୟତ ଜାଲପୁର ଗାଁରେ ଘଟିଛି ଅଘଟଣ । ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇଛନ୍ତି । ୪ ଜଣଣଙ୍କ ମଧ୍ୟରୁ ୨ ଜଣ ବୟସ୍କ ଥିବା ବେଳେ ୨ ଜଣ ନାବାଳକ ରହିଛନ୍ତି । ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ଯାଜପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀତବାସ ପତିଙ୍କ ଘରେ ବେଆଇନ ବାଣଭିଡା ହେବା ନେଇ ଅଭିଯୋଗ ହୋଇଛି । ବାଣ ବିସ୍ଫୋରଣ ଶବ୍ଦ ଶୁଣି ନିକଟରେ ଘର ତିଆରି କରୁଥିବା ଦୁଇ ଶ୍ରମିକ ମଧ୍ୟ ଛାତରୁ ପଡି ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।
Views: 23