ମୟୁରଭଞ୍ଜ : ପଶ୍ଚିମବଙ୍ଗ ଭାୟା ବାଲେଶ୍ୱର ଦେଇ ମୟୁରଭଞ୍ଜରେ ଗାଁ କୁ ଗାଁ ବୁଲି ବିକ୍ରି ହେଉଛି ଗୋ ମାଂସ । ରୋହିଙ୍ଗିଆ ବାଂଲାଦେଶୀଙ୍କ ନଜରରେ ଏବେ ମୟୁରଭଞ୍ଜର ଆଦିବାସୀ ଜନଜାତି । ପୋଲିସ ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା । ମୟୁରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଧର୍ମାନ୍ତୀକରଣ, ଗୋ ମାଂସ ଚାଲାଣ ତଥା ହିନ୍ଦୁ ଧର୍ମକୁ ନଷ୍ଟ କରିବାର ଏକ ବ୍ୟାଧି ଭଳି ବ୍ୟାପି ବାରେ ଲାଗିଛି । ରାଜ୍ୟ ସରକାର ବାଂଲାଦେଶୀ ଶରଣାର୍ଥୀଙ୍କ ଉପରେ ରୋକ ନ ଲଗାଇଲେ ଆଗକୁ ଏ ଘଟଣା ବଡ ରୂପ ନେଇପାରେ ।
ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ପଳାଶବଣି ଗାଁରେ ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ଯାହାଙ୍କ ଘର ପଶ୍ଚିମବଙ୍ଗର ବୋଲି ପ୍ରାଥମିକ ସୂଚନା ମିଳିଛି । ଉକ୍ତ ଯୁବକ ଜଣକ ସେହି ଗାଁରେ ଜନଜାତି ପରିବାର ଓ କିଛି ସାଧାରଣ ଲୋକଙ୍କୁ ଖାସି ମାଂସ କହି ଗୋ ମାଂସ ବିକ୍ରି କରି ଆସୁଥିଲାା ତେବେ ଏ ବାବଦରେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ଜାଣିବା ପରେ ଗୋ ମାଂସ ସମେତ ଯୁବକକୁ ଧରି ପୋଲିସକୁ ଜିମା ଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି ଏଇ ଭଳି କାଣ୍ଡ ଘଟାଇବା ପଛରେ ରହିଛି କାହାର ଷୋଡଯନ୍ତ୍ର ? କେମିତି ଜାଣିପାରୁ ନାହାନ୍ତି ପୋଲିସ ଓ ପ୍ରଶାସନିକ ଅଧିକାରୀ । ଏ ନେଇ ଏକ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।
ବେଆଇନ ଗୋ ମାଂସ ଚାଲାଣ, ଜଣେ ଗିରଫ

Facebook
Twitter
LinkedIn
Facebook
Twitter
LinkedIn
Recent News
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...
ଆଗ୍ରାର ତାଜମହଲରେ ଅଗ୍ନିକାଣ୍ଡ
ୟୁପି : ଉତ୍ତରପ୍ରଦେଶ ଆଗ୍ରାରେ ଥିବା ବିଶ୍ବ ପ୍ରସିଦ୍ଧ ତାଜମହଲର ଦକ୍ଷିଣ ଦ୍ବାରରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍ କାରଣରୁ ଏପରି ଅଘଟଣ ଘଟିଥିବା ଜଣାପଡିଛି...
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...