କଟକ : ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ପ୍ରତାପନଗରୀ ଗ୍ରାମ ନିକଟରେ , ବେଆଇନ ଭାବେ ବସାଯାଇଥିବା କଂକ୍ରିଟ ମିକ୍ସ ପ୍ଲାଣ୍ଟକୁ ବିରୋଧ କରି ସୋମବାର ଦିନ ପ୍ରତାପନଗରୀ ଗ୍ରାମ ବାସୀଙ୍କ ପକ୍ଷରୁ ଧାରଣା ଦିଆଯାଇଥିଲା । ପ୍ରତାପନଗରୀ ଗ୍ରାମ୍ୟ ଉନ୍ନୟନ କମିଟିର ସାଧାରଣ ସଂପାଦକ ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ବରେ ଗ୍ରାମର ଯୁବକ ଏବଂ ମହିଳା ମାନେ ଗଣଧାରଣାରେ ବସି , ସ୍ଥାପନ କରାଯାଇଥିବା ବେଆଇନ କଂକ୍ରିଟ ମିକ୍ସ ପ୍ଲାଣ୍ଟ ଏଠାରେ କାର୍ୟ୍ୟ କାରୀ ହେଲେ ଏଠାରେ ବ୍ୟବହୃତ ହେଉଥିବା ସିମେଣ୍ଟ ଗୁଣ୍ଡ ଉଡ଼ି ଆଜମା ଭଳି ମାରାତ୍ମକ ରୋଗରେ ପ୍ରତାପନଗରୀ, ଭାଣପୁର ଏବଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଲୋକେ ଆକ୍ରାନ୍ତ ହେବେ । ଏନେଇ ଗ୍ରାମ ବାସୀଙ୍କ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଏ ବିଷୟରେ କଂକ୍ରିଟ ମିକ୍ସ ପ୍ଲାଣ୍ଟର କର୍ତ୍ତୃପକ୍ଷ ଗ୍ରାମ ବାସୀଙ୍କ ସହ ଆଲୋଚନା ନକରି ଏତେ ବଡ ପଦକ୍ଷେପ କାହା ଛତ୍ରଛାୟା ତଳେ ରହି ପ୍ଲାଣ୍ଟ ସ୍ଥାପନ କଲେ , ସେନେଇ ପ୍ରଶ୍ନ କରିଛନ୍ତି । ଜିଲ୍ଲା ପ୍ରଶାସନ ଏହାକୁ ବନ୍ଦ ନକଲେ ଆଗାମୀ ଦିନରେ ଗ୍ରାମବାସୀଙ୍କ ପକ୍ଷରୁ ବଡ଼ଧରଣ ଆନ୍ଦୋଳନ କରାଯିବା ବୋଲି ଚତାବନୀ ଦେଇଛନ୍ତି । ଗଣଧାରଣାର ଖବର ପାଇ ସିଏମସି ୫୮ ନମ୍ବର ୱ।ର୍ଡ଼ରକର୍ପୋରେଟର ଜନାର୍ଦ୍ଦନ ପରିଡ଼ା ପହଞ୍ଚି ଗଣଧାରଣା ରେ ବସିଥିବା ପ୍ରତାପନଗରୀ ଗ୍ରାମର ଯୁବକ ଓ ମହିଳାଙ୍କ ସହ ଆଲୋଚନା କରିବା ସହ, ସ୍ଥାପନ କରାଯାଇଥିବା କଂକ୍ରିଟ ମିକ୍ସ ପ୍ଲାଣ୍ଟ ର କତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଗଣ ଧାରଣାରେ ବସିଥିବା ବ୍ୟକ୍ତି ମାନେ ଧାରଣାରୁ ଉଠିଥିଲେ ।
ବେଆଇନ କଂକ୍ରିଟ ମିକ୍ସ ପ୍ଲାଣ୍ଟ ବସାଯିବା ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ଗଣଧାରଣା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











