ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ବୃଦ୍ଧାଙ୍କ ଗଳାକାଟି ହତ୍ୟା । ତେବେ ହତ୍ୟା କାଣ୍ଡ ତାକୁ ନେଇ ଆସୁଛି ଅନେକ ପ୍ରଶ୍ନ । ବିଶେଷ ସୂତ୍ରରୁ ଯାହା ଜଣାପଡୁଛି କିଛିଦିନ ପୁର୍ବରୁ ବୃଦ୍ଧାଙ୍କ ଘରେ ପଶି ଚୋର ମନେ ଚୋରି କରି ନେବା ସହିତ ବୃଦ୍ଧାଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ ଯାହାଫଳରେ ବୃଦ୍ଧା ଚିକିତ୍ସାଧିନ ଅବସ୍ଥାରେ ଥିଲେ । କିନ୍ତୁ କାଲି ବୃଦ୍ଧାଙ୍କ ଗଳାକାଟି କରିଥିବା ହତ୍ୟାକୁ ନେଇ ଲୋକଙ୍କ ମନରେ ଆସୁଛି ଅନେକ ପ୍ରଶ୍ନ । ଲୋକଙ୍କ କହିବା କଥା ଅନୁଯାୟୀ ପୁର୍ବରୁ ଶାଶୁ, ବୋହୂ ପ୍ରତ୍ୟେକ ଦିନ୍ କଳି ଝଗଡ ଲାଗନ୍ତି । ଘଟଣା ଘଟିବା ସମୟରେ ଉଭୟ ଶାଶୁ ବୋହୂ ଘର ଭିତରେ ଥିଲେ । କିନ୍ତୁ ହଠାତ କିଏ ଆସି ବୃଦ୍ଧାଙ୍କ ଗଳାକାଟି ଚାଲିଗଲା । ଯାହାକୁ ନେଇ ସାମ୍ନାକୁ ଆସୁଛି ଅନେକ କଥା। ବୋହୂର ସମ୍ପର୍କ ଦିଅର ସହିତ ଥିବା ହେତୁ ଶାଶୁ କରୁଥିଲେ ପ୍ରତିବାଦ ଯାହାକୁ ନେଇ ଏଭଳି ଘଟଣା ଘଟିଥିବ ବୋଲି ଲୋକେ କୁହା କୁହି ହେଉଛନ୍ତି ।
Views: 96