ଆଠଗଡ଼: ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ବେଳେ ବୃଦ୍ଧଙ୍କୁ ଦଳିଦେଲା ହାତୀ। ଆଠଗଡ଼ ରେଞ୍ଜ ତିଗିରିଆ ନିଜିଗଡ ସଂରକ୍ଷିତ ଜଙ୍ଗଲରେ ଦିନ ଦ୍ୱିପ୍ରହରରେ ବୃଦ୍ଧଙ୍କୁ ଦଳିଦେଲା ହାତୀ । ମୃତକ ଜଣଙ୍କ ହେଲେ ତିଗିରିଆ ଥାନା ବାଲିପୁଟ ଗାଁର ୭୫ ବର୍ଷୀୟ ବସନ୍ତ ଦେହୁରୀ । ଘଟଣା ସ୍ଥଳରେ ଆଠଗଡ଼ ବନ ବିଭାଗ ପହଞ୍ଚି ମୃତଦେହକୁ ଜବତକରି ତିଗିରିଆ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।
Views: 71