The Ultimate Managed Hosting Platform
ADVERTISEMENT

ବୁଧବାର ସୁଦ୍ଧା ଟ୍ରେନ ଚଳାଚଳ ସ୍ୱାଭାବିକ

Facebook
Twitter
LinkedIn

ଭୁବନେଶ୍ୱର : ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୁର୍ଘଟଣାସ୍ଥଳକୁ ପୁଣି ପରିଦର୍ଶନ । ଦୁର୍ଘଟଣାସ୍ଥଳର ପୁନରୁଦ୍ଧାର କାମ ତଦାରଖ କଲେ ରେଳମନ୍ତ୍ରୀ । ଆଜି ସୁଦ୍ଧା ଗୋଟିଏ ଟ୍ରାକ ପ୍ରସ୍ତୁତ ହୋଇଯିବ । ବିଦ୍ୟୁତୀକରଣ କାମ ଜୋରସୋରରେ ଚାଲିଛି । ବୁଧବାର ସକାଳ ସୁଦ୍ଧା ଚଳାଚଳ ସ୍ୱାଭାବିକ ହୋଇଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଉଦ୍ଧାର କାର୍ୟ୍ୟ ଶେଷ ହୋଇଥିବା ବେଳେ ଚାଲିଛି ପୁନରୁଦ୍ଧାର କାର୍ୟ୍ୟ । ରେଳ ଲାଇନରୁ ୨୧ଟି ବଗିକୁ ହଟାଯାଇଛି । ବିଦ୍ୟୁତ୍ ଖୁଣ୍ଟି ସହ ଲାଇନ୍ ମରାମତି କାର୍ୟ୍ୟ ଚାଲିଛି । ଟ୍ରେନ୍ ଲାଇନକୁ ଖାଲି କରାଯାଉଥିବା ବେଳେ, ଟ୍ରେନ୍ ଚଳାଚଳ ସ୍ବାଭାବିକ କରିବାକୁ ପ୍ରୟାସ ଜାରି ରହିଛି ।
ପୁନରୁଦ୍ଧାର କାର୍ୟ୍ୟରେ ଆଉ ୩ ଓ୍ବାଗନକୁ ନିୟୋଜିତ କରାଯିବ । ହଜାରେ ଶ୍ରମିକ କାମରେ ଲାଗିଛନ୍ତି । ପୁନରୁଦ୍ଧାର କାମରେ ନିୟୋଜିତ ଅଛନ୍ତି ୭ ପୋକଲିନ୍ । ୨ଟି ଦୁର୍ଘଟଣା ରିଲିଫ୍ ଟ୍ରେନ୍ ଘଟଣା ସ୍ଥଳରେ କାମରେ ଲାଗିଛନ୍ତି । ଗୋଟିଏ ୧୪୦ ଟନର ରେଲୱେ କ୍ରେନ୍ ଓ ୪ଟି ରୋଡ୍ କ୍ରେନ୍ କାମରେ ଲାଗିଛନ୍ତି । ଶୀଘ୍ର ପୁନରୁଦ୍ଧାର କାମ ସରିବାକୁ ରେଳ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login