The Ultimate Managed Hosting Platform
ADVERTISEMENT

ବୁଦା ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ୩ ଦିନ ଧରି ଥିଲେ ନିଖୋଜ

Facebook
Twitter
LinkedIn

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ବଲାଣି ଥାନା ବାଲାଗୋଡ଼ା ବସ୍ତିର ଲାଲ ଡ୍ୟାମ ନିକଟ ଏକ ବୁଦା ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ବିର୍ସା କ୍ଳବ ନିକଟ ଢ଼ିପା ସାହି ଅଞ୍ଚଳର ହୀରାମୋତି ସୀଙ୍କୁ ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି । ତେବେ ମହିଳା ଜଣକ ୩୧ ଡିସେମ୍ବର ଠାରୁ ଘରୁ କୁଆଡେ ଚାଲି ଯାଇଥିବା ନେଇ ପରିବାର ଲୋକେ ପୁଲିସକୁ ସୂଚନା ଦେଇଛନ୍ତି । ଘଟଣାସ୍ଥଳକୁ କିଛି ଲୋକ ଶୌଚ ହେବାକୁ ଯାଇଥିବା ବେଳେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏ ନେଇ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ବଲାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପାରିପାର୍ଶ୍ବିକ ପରିସ୍ଥିତି ଓ ମୃତ ଦେହକୁ ଦେଖିଲେ ଘଟଣା ଦୁଇଦିନ ପୂର୍ବରୁ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ମୃତଦେହ ବ୍ୟବଚ୍ଛେଦ କଲା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ବଲାଣି ପୁଲିସ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login