The Ultimate Managed Hosting Platform
ADVERTISEMENT

ବିହାର ରାଜନୀତିରେ ବଡଧରଣର ହଟଚମଟ,ଇସ୍ତଫା ଦେବେ ନୀତୀଶ !

Facebook
Twitter
LinkedIn

ନୂଆଦିଲ୍ଲୀ : ବିହାର ରାଜନୀତିରେ ବଡଧରଣର ହଟଚମଟ । ରାଜଭବନ ପହଁଚିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଉ କିଛି ସମୟ ଭିତରେ ଆସିପାରେ ବଡ ଖବର । ପୁଣି ଥରେ ମହାମେଣ୍ଟରୁ ଆଲଗା ହୋଇପାରନ୍ତି ନୀତିଶ । ପୁଣି ଥରେ ବିଜେପି ସହ ସରକାର ଗଢିପାରନ୍ତି ।ଆରଜେଡି ସହ ସମ୍ପର୍କ ତୁଟାଇ ପୁଣି ଥରେ ପଦ୍ମତୋଳା ଗାଇବାକୁ ଜେଡିୟୁ ସୁପ୍ରିମୋ ତାଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରସ୍ତୁତ । ହେଲେ ବିଜେପିକୁ ସାଙ୍ଗରେ ନେଇ ସରକାର ଗଢ଼ିବାକୁ ଉଦ୍ୟମ ଚଲାଇଥିବା ନୀତୀଶଙ୍କ ଆଗରେ ବିଜେପି ରଖିଛି ସର୍ତ୍ତ । ବିଜେପି ପକ୍ଷରୁ କୁହାଯାଇଛି ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କୁ ଇସ୍ତଫା ଦେବାକୁ ପଡିବ । ନୀତୀଶଙ୍କ ଇସ୍ତଫା ପରେ ହିଁ ବିଜେପି ଓ ଏନଡିଏର ଅନ୍ୟ ଦଳ ସମର୍ଥନ ପତ୍ର ଦେବେ । ଏପରିକି ଇସ୍ତଫା ପରେ ଏନଡିଏର ବିଧାୟକ ଦଳ ବୈଠକ ବସି ନୀତୀଶଙ୍କୁ ବିଧାୟକ ଦଳ ନେତା ବଛାଯିବ ।
ମିଳିଥିବା ସୂଚନା ଅନୁସାରେ ଆଜି ନୀତୀଶ କୁମାର ଇସ୍ତଫା ଦେଇପାରନ୍ତି । ଏହାପରେ ଏନଡିଏ ସମର୍ଥନରେ ପୁଣି ଥରେମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତାଙ୍କ ସହ ବିଜେପିର ବରି୍ଠ ନେତା ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି ।
ତେବେ ସୁବିଦାବାଦୀ ନେତା ନେତା ଭାବେ ପରିଚିତ ନୀତୀଶ କୁମାର ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଦଳଙ୍କ ସହ ମେଣ୍ଟ କରି ଶାସନ ଗାଦି ଅକ୍ତିଆର କରିଛନ୍ତି । ୨୦୧୩ରୁ ବିଜେପି, କଂଗ୍ରେସ, ଆରଜେଡି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ପଦର ସ୍ବାଦ ଚାଖିଥିବା ନୀତୀଶ ପୁଣି ବିଜେପିକୁ କୋଳେଇ ପାରନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login