The Ultimate Managed Hosting Platform
ADVERTISEMENT

ବିହାର ନିର୍ବାଚନ; NDAର ଇସ୍ତାହାର ପ୍ରକାଶ

Facebook
Twitter
LinkedIn

ବିହାର : ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ସଙ୍କଳ୍ପ ପତ୍ର ଜାରି । ଇସ୍ତାହାରରେ ବିହାରରେ ୧ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି । ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ଏନଡିଏର ପ୍ରତିଶ୍ରୁତି । ସଡକ ନେଟୱର୍କ ବିସ୍ତାର ପାଇଁ ୭ଟି ଏକ୍ସପ୍ରେସ ୱେ ନିର୍ମାଣ କରାଯିବ । ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପାର୍କ ସ୍ଥାପନ କରିବାର ଯୋଜନା । ଦରଭଙ୍ଗା ଓ ପୂର୍ଣ୍ଣିଆରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରିବାର ଯୋଜନା । ବିହାରର ୪ଟି ସହରରେ ନୂତନ ମେଟ୍ରୋ ନିର୍ମାଣ କରିବାକୁ ଯୋଜନା । ଗରିବ ପିଲାଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଗାଇବାକୁ ପ୍ରତିଶ୍ରୁତି । ପ୍ରତ୍ୟେକ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରାଯିବ । ପାଟନାର ଗାନ୍ଧୀ ମୈଦାନରେ ଥିବା ହୋଟେଲ ମୌର୍ୟ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଇସ୍ତାହାର ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ବିହାର ବିଜେପି ରାଜ୍ୟ ସଭାପତି ଦିଲୀପ ଜୟସୱାଲ । ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ସଞ୍ଜୟ କୁମାର ଝା ଏବଂ ଲଲନ ସିଂହ ମଧ୍ୟ ଯୋଗ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଚିରାଗ ପାସୱାନ ଏବଂ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ସଭାପତି ଉପେନ୍ଦ୍ର କୁଶୱାହା ମଧ୍ୟ ଯୋଗ ଦେଇଥିଲେ। ସେମାନଙ୍କ ଉପସ୍ଥିତିରେ ମିଳିତ ଇସ୍ତାହାର ପ୍ରକାଶିତ ହୋଇଥିଲା। ଇସ୍ତାହାର ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି ଯେ ଏକ କୋଟିରୁ ଅଧିକ ସରକାରୀ ଚାକିରି ଏବଂ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବ। ପ୍ରତ୍ୟେକ ଜିଲ୍ଲାରେ ମେଗା ସ୍କିଲ ସେଣ୍ଟର ବିହାରକୁ ଏକ ବିଶ୍ୱସ୍ତରୀୟ ସ୍କିଲିଂ ହବ୍ ଭାବରେ ପ୍ରତିଷ୍ଠା କରିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login