ବିହାର : ବିହାର ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ । ଭୋଟର ତାଲିକା ପ୍ରକାଶ କଲେ ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ । ୬୮.୬୬ ଲକ୍ଷ ଭୋଟରଙ୍କୁ ବାଦ୍ ଦେଇଛନ୍ତି। ବର୍ତ୍ତମାନ ବିହାରର ମୋଟ୍ ଭୋଟରଙ୍କ ସଂଖ୍ୟା ୭.୪୨ କୋଟିରେ ରହିଛି। ଏସ୍ଆଇଆର୍ ପୂର୍ବରୁ ଜୁନ୍ ୨୪ରେ ବିହାରରେ ଭୋଟରଙ୍କ ସଂଖ୍ୟା ୭.୮୯ କୋଟି ଥିଲା। ଅର୍ଥାତ୍ ଭୋଟରଙ୍କ ସଂଖ୍ୟା ପୂର୍ବାପେକ୍ଷା ୬ ପ୍ରତିଶତ ହ୍ରାସ ପାଇଛି। ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇବା ପରେ ବିହାର ବିଧାନସଭା ନିର୍ବାଚନ ପାଇଁ ଖୁବ୍ଶୀଘ୍ର ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଛି। ନିର୍ବାଚନ କମିସନ କହିଛନ୍ତି ଯେ ଯଦି କୌଣସି ଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରିବାକୁ ଚାହାନ୍ତି, ତେବେ ସେମାନେ ଆଗାମୀ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖର ୧୦ ଦିନ ପୂର୍ବରୁ ଏଥିପାଇଁ ଆବେଦନ କରିପାରିବେ। ନିର୍ବାଚନ ପ୍ରକ୍ରିୟା ଅକ୍ଟୋବର ମଧ୍ୟଭାଗରେ ଆରମ୍ଭ ହେବାର ସମ୍ଭାବନା ଅଛି ଏବଂ ପ୍ରଥମ ପର୍ୟ୍ୟାୟ ମତଦାନ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରାରମ୍ଭ ଭାଗରେ ହୋଇପାରେ।
ବିହାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...