ବିହାର : ବିହାର ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ । ଭୋଟର ତାଲିକା ପ୍ରକାଶ କଲେ ବିହାର ମୁଖ୍ୟ ନିର୍ବାଚନ ଅଧିକାରୀ । ୬୮.୬୬ ଲକ୍ଷ ଭୋଟରଙ୍କୁ ବାଦ୍ ଦେଇଛନ୍ତି। ବର୍ତ୍ତମାନ ବିହାରର ମୋଟ୍ ଭୋଟରଙ୍କ ସଂଖ୍ୟା ୭.୪୨ କୋଟିରେ ରହିଛି। ଏସ୍ଆଇଆର୍ ପୂର୍ବରୁ ଜୁନ୍ ୨୪ରେ ବିହାରରେ ଭୋଟରଙ୍କ ସଂଖ୍ୟା ୭.୮୯ କୋଟି ଥିଲା। ଅର୍ଥାତ୍ ଭୋଟରଙ୍କ ସଂଖ୍ୟା ପୂର୍ବାପେକ୍ଷା ୬ ପ୍ରତିଶତ ହ୍ରାସ ପାଇଛି। ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇବା ପରେ ବିହାର ବିଧାନସଭା ନିର୍ବାଚନ ପାଇଁ ଖୁବ୍ଶୀଘ୍ର ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଛି। ନିର୍ବାଚନ କମିସନ କହିଛନ୍ତି ଯେ ଯଦି କୌଣସି ଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରିବାକୁ ଚାହାନ୍ତି, ତେବେ ସେମାନେ ଆଗାମୀ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖର ୧୦ ଦିନ ପୂର୍ବରୁ ଏଥିପାଇଁ ଆବେଦନ କରିପାରିବେ। ନିର୍ବାଚନ ପ୍ରକ୍ରିୟା ଅକ୍ଟୋବର ମଧ୍ୟଭାଗରେ ଆରମ୍ଭ ହେବାର ସମ୍ଭାବନା ଅଛି ଏବଂ ପ୍ରଥମ ପର୍ୟ୍ୟାୟ ମତଦାନ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରାରମ୍ଭ ଭାଗରେ ହୋଇପାରେ।
ବିହାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











