ଭୁବନେଶ୍ୱର : ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ କୁରୁକ୍ଷେତ୍ର । ବିଜେପିର ଲୋକସଭା ପ୍ରାର୍ଥୀଙ୍କୁ ତାଙ୍କରି ଦଳୀୟ କର୍ମୀଙ୍କ ବିରୋଧ । ଖୋର୍ଦ୍ଧାରେ ବିଜେପି କର୍ମୀ ମେଳି କରିଥିବା ବେଳେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ୟ୍ୟାଳୟରେ ଅପରାଜିତାଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି । କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ ଅପରାଜିତାଙ୍କୁ ବିରୋଧ କରୁଛନ୍ତି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭାରୁ ପ୍ରାର୍ଥୀ କରାଯିବ ବୋଲି ଗୋଟିଏ ସଭାରେ ଅପରାଜିତାଙ୍କ ବକ୍ତବ୍ୟ ପରେ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ଆଜି ରାଜ୍ୟ କାର୍ୟ୍ୟାଳୟ ଆଗରେ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ ବିରୋଧ ପ୍ରଦର୍ଶନ କରିଥିଲେ । ସେମାନେ ବିହାରି ଗୋବ୍ୟାକ୍ ଭଳି ସ୍ଲୋଗାନ ଦେଇଥିଲେ ।କାଳୁ ଖଣ୍ଡାୟତରାୟଙ୍କ ସମର୍ଥକଙ୍କ ଆଶଙ୍କା ଯେ, ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବାକୁ ଅପରାଜିତ ଉଦ୍ୟମ କରୁଛନ୍ତି ।
Views: 74