ପାଟନା : ବିହାରରେ ପୁଣି ଧସିଲା ଆଉ ଏକ ନିର୍ମାଣଧୀନ ବ୍ରିଜ । ବିହାରର ପିଛା ଛାଡୁନି ବ୍ରିଜ ଧସିବା ଘଟଣା। ପୋଲ ଧସିବା ଘଟଣାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ବିହାର। ଗଙ୍ଗା ନଦୀ ଉପରେ ନିର୍ମାଣାଧିନ ଏକ ପୋଲ ହଠାତ ଭାଙ୍ଗି ଯାଇଥିଲା। ଭାଗଲପୁର ଜିଲ୍ଲାକୁ ଖଗଡ଼଼ିଆ ଜିଲ୍ଲାକୁ ଯୋଡୁଥିବା ଏହି ପୋଲର ଧସିବା କାରଣ ବନ୍ୟାପାଣି ବୋଲି କୁହାଯାଉଛି। ନଦୀରେ ବ୍ୟାପକ ମାତ୍ରାରେ ବନ୍ୟାଜଳ ପ୍ରବାହିତ ହେବାରୁ ପିଲର ଭାଙ୍ଗି ଯାଇଥିଲା। ୩ ବର୍ଷ ମଧ୍ୟରେ ବିହାରରେ ପୋଲ ଧସିବା ଏହା ତୃତୀୟ ଘଟଣା। ତେବେ ଏଥିରେ କାହାର ଜୀବନ ହାନୀ ଘଟିନାହିଁ। ବନ୍ୟା କାରଣକୁ ନଦୀରେ ପୋଲ ନିର୍ମାଣ କାମ ବନ୍ଦ ରହିଥିଲା। ପୋଲ ଭାଙ୍ଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Views: 38