ମୈସୁର : କର୍ଣ୍ଣାଟକର ମୈସୁରୁରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବେଲୁନରେ ହିଲିୟମ୍ ଗ୍ୟାସ୍ ଭର୍ତ୍ତି ପାଇଁ ବ୍ୟବହାର କରୁଥିବା ସିଲିଣ୍ଡରର ବିସ୍ଫୋରଣ ଘଟି ଜଣେ ବେଲୁନ୍ ବିକାଳୀଙ୍କ ମୃତ୍ୟୁ ଘଟିଛି । ଜଣେ ମହିଳା ସମେତ ଅନ୍ୟ ୪ ଜଣ ମଧ୍ୟ ଆହତ ହୋଇଛନ୍ତି । ବର୍ତ୍ତମାନ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାନୁଯାୟୀ, ମୈସୁରୁ ପୋଲିସ କମିଶନର ସୀମା ଲଟକର ସିଲିଣ୍ଡର ବିସ୍ଫୋରଣ ବିଷୟରେ କହିଛନ୍ତି । “ଜଣେ ବ୍ୟକ୍ତି ରାତି ପ୍ରାୟ ସାଢ଼େ ୮ଟା ବେଳେ ଜୟ ମାର୍ତାଣ୍ଡା ଗେଟ୍ ନିକଟରେ ସାଇକେଲରେ ହିଲିୟମ୍ ବେଲୁନ୍ ବିକ୍ରି କରୁଥିଲେ । ବେଲୁନରେ ଗ୍ୟାସ୍ ଭରିବା ପାଇଁ ବ୍ୟବହୃତ ଛୋଟ ସିଲିଣ୍ଡରଟି ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ବେଲୁନ୍ ବାଲାଙ୍କ ମୃତ୍ୟୁ ଘଟିଥିଲା । ଏଥିସହ ଅନ୍ୟ ଚାରି ଜଣ ଯାତ୍ରୀ ଆହତ ହୋଇଥିଲେ । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଯାହାର ତଦନ୍ତ ପୋଲିସ ଆରମ୍ଭ କରିଛି ।
Views: 44











