ରାଉରକେଲା : ରାଉରକେଲା ବାଙ୍କୋ ପଥର ଖଣିରୁ ବିସ୍ଫୋରକ ଲୁଟ ଘଟଣାରେ ଚାର୍ଜସିଟ । ୪ ହଜାର କେଜିର ବିସ୍ଫୋରକ ଲୁଟଘଟଣାରେ ଚାର୍ଜସିଟ ଦାଖଲ କଲା ଏନଆଇଏ । ସମ୍ପୃକ୍ତ ଥିବା ୧୧ ମାଓବାଦୀଙ୍କ ନାଁ ଏନଆଇଏ ଚାର୍ଜସିଟରେ ଉଲ୍ଲେଖ । ୟୁଏପିଏ, ବିଏନଏସଏସ ଓ ଆର୍ମ ଆକ୍ଟରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ । ମାଓନେତା ଜର୍ଜ ମୁଣ୍ଡା, ପ୍ରୀତମ ମାଞ୍ଝୀ , ରଙ୍ଗା ପୁନେମ , ପିଣ୍ଟୁ ଲୋହରା, ଶିବ ବୋଦ୍ରା, ଅମିତ ମୁଣ୍ଡା , ବିରେନ ସିଂଙ୍କ ନାଁରେ ମାମଲା ରୁଜୁ । ଷଡଯନ୍ତ୍ର ରଚିବା ସହ ଲୁଟରେ ଏମାନେ ସମ୍ପୃକ୍ତ ଥିଲେ । ମେ ୨୭ରେ ଡ୍ରାଇଭର ସହ ଗାଡିକୁ ନିଜ ଅକ୍ତିଆରକୁ ନେଇ ଲୁଟିଥିଲେ । ୧୦ରୁ ୧୫ ସଶସ୍ତ୍ର ମାଓବାଦୀ ବିସ୍ଫୋରକ ବୋଝେଇ ଗାଡିକୁ ନେଇ ଯାଇଥିଲେ । ଦେଶର ସୁରକ୍ଷା ଓ ସ୍ଥିରତାକୁ ଭଙ୍ଗ ପାଇଁ ଲୁଟିଥିଲେ ମାଓବାଦୀ ।
Views: 62











