The Ultimate Managed Hosting Platform
ADVERTISEMENT

ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା, ଚାଷ କ୍ଷତି ହେବାରୁ ଆତ୍ମହତ୍ୟା ଅଭିଯୋଗ

Facebook
Twitter
LinkedIn

ଯାଜପୁର : ଚାଷ କ୍ଷତିରୁ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ଧର୍ମଶାଳା ବାଜବାଟି ଗାଁର ଚାଷୀ ନିତ୍ୟାନନ୍ଦ ପରିଡାଙ୍କ ଆତ୍ମହତ୍ୟା । ନିତ୍ୟାନନ୍ଦ ୨ଦିନ ତଳେ ବାଜବାଟି ମୌଜାରେ ଥିବା ଚାଷଜମିକୁ ଯାଇଥିଲେ। ଜମିରେ ପାଣି ନଥିବାରୁ ଧାନ ଗଛ ସବୁ ମାରି ଯାଇଥିବା ଦେଖି ଭାଙ୍ଗି ପଡ଼ିଥିଲେ।ଶନିବାର ବିଷ ପିଇଥିଲେ ଚାଷୀ । ଗତକାଲି କଟକ ଏସସିବିରେ ମୃତ୍ୟୁ ହୋଇଛି । ଧାର କରଜ କରି ନିତ୍ୟାନନ୍ଦ ୩ ଏକର ଜମିରେ ଚାଷ କରିଥିଲେ । ମାନସିକ ଭାରସାମ୍ୟ ହରାଇ ଜମିରେ ପକାଇବାକୁ ଥିବା କୀଟ ନାଶକ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।ତେବେ ଗତକାଲି ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।ପଥର ଖାଦାନରେ ବ୍ଲାଷ୍ଟିଂ ଯୋଗୁଁ ଚାଷ ପ୍ରଭାବିତରୁ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ଚାଷ କ୍ଷତିରୁ ଆତ୍ମହତ୍ୟା କରିଥିବା କହିଲେ ମୃତ ନିତ୍ୟାନନ୍ଦଙ୍କ ଝିଅ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login