The Ultimate Managed Hosting Platform
ADVERTISEMENT

ବିଷ ପିଇଲେ ଦୁଇ ନାବାଳିକା, ଜଣେ ମୃତ ଅନ୍ୟ ଜଣେ ଗୁରୁତର

Facebook
Twitter
LinkedIn

ରାୟଗଡା: ଏକାଠି ବିଷ ପିଇ ଦୁଇ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ । ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର। ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଉତୁକାପାଢୁ ଗାଁରେ ଅଭାବନୀୟ ଘଟଣା। ଦୁଇ ନାବାଳିକା ପରସ୍ପରର ଅନ୍ତରଙ୍ଗ ବନ୍ଧୁ ବୋଲି ଜଣାପଡିଛି। ଘଟଣା ଜାଣିବା ପରେ ପରିବାର ଲୋକ ସେମାନଙ୍କୁ ପ୍ରଥମେ କୋଲନରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୧୦ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଗୁରୁତର ଜଣକ ସପ୍ତମ ଶ୍ରେଣୀରେ ପଢୁଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଉଭୟ ବିଷପିଇ ଆତ୍ମହତ୍ୟା ଉଦମ୍ୟ କରିଥିଲେ। କେଉଁ କାରଣରୁ ବିଷ ପିଇବା ଭଳି ଚରମ ନିଷ୍ପତ୍ତି ନେଲେ ତାର କାରଣ ଜଣାପଡ଼ିନାହିଁ। ଏନେଇ ପରିବାର ଲୋକଙ୍କ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।.

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login