ଦିଲ୍ଲୀ : ବିଷାକ୍ତ ହୋଇଯାଇଛି ଦିଲ୍ଲୀର ବାୟୁ । ଆଜି ରାଜଧାନୀରେ ଅତ୍ୟନ୍ତ ଖରାପ ବାୟୁ ଗୁଣବତ୍ତା ରେକର୍ଡ କରାଯାଇଛି । ସକାଳେ ବାୟୁର AQI ୪୦୦ ଅତିକ୍ରମ କରିଛି । ଅର୍ଥାତ ଏବେ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇଯାଇଛି ଦିଲ୍ଲୀର ବାୟୁ । ଅନ୍ୟପଟେ ଯମୁନା ନଦୀରେ ବିଷାକ୍ତ ଫେଣର ଏକ ସ୍ତର ପରିସ୍ଥିତିକୁ ଆହୁରି ଖରାପ କରିଛି । ରବିବାର ଏବଂ ସୋମବାର ଦିନ କାଳିନ୍ଦୀ କୁଞ୍ଜ ଅଞ୍ଚଳରେ ଯମୁନା ନଦୀରେ ଧଳା ଫେଣ ଭାସୁଥିବା ଦେଖାଯାଇଥିଲା । ଏହି ଫେଣ କେବଳ ନଦୀର ପ୍ରାକୃତିକ ସୌନ୍ଦର୍ୟ୍ୟକୁ ଲୁଚାଉ ନାହିଁ ବରଂ ଲୋକଙ୍କୁ ସତର୍କ ସୂଚନା ମଧ୍ୟ ଦେଉଛି । ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ପ୍ରତିବର୍ଷ ଛଟ୍ ପର୍ବ ପୂର୍ବରୁ ଯମୁନାରେ ଏପରି ଫେଣ ସୃଷ୍ଟି ହୁଏ, ଯାହା ପାଣିକୁ ପ୍ରଦୂଷିତ କରେ ଏବଂ ଦୁର୍ଗନ୍ଧ ସୃଷ୍ଟି କରେ ।
ଦିଲ୍ଲୀ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ନେଇଛନ୍ତି । କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ କେବଳ ଜାତୀୟ ପରିବେଶ ଇଞ୍ଜିନିୟରିଂ ଗବେଷଣା ପ୍ରତିଷ୍ଠାନ (NEERI) ଦ୍ୱାରା ଅନୁମୋଦିତ ବାଣ ଦିଲ୍ଲୀ-ଘଉଜରେ ବିକ୍ରି କରାଯାଇ ପାରିବ ଏବଂ ଫୁଟାଯାଇପାରିବ । ଏହି ବାଣଗୁଡ଼ିକ ଅନ୍ୟ ବାଣ ତୁଳନାରେ ୩୦% ପର୍ୟ୍ୟନ୍ତ କମ୍ ପ୍ରଦୂଷଣ ସୃଷ୍ଟି କରେ ।
ବିଷାକ୍ତ ବଳୟରେ ଦିଲ୍ଲୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











