କୋରାପୁଟ : ବିଷାକ୍ତ ଖାଦ୍ୟ ଖାଇ ୫୦ ଛାତ୍ରୀ ଅସୁସ୍ଥ । କୋରାପୁଟ ଜିଲ୍ଲା ଲମତାପୁକ୍କସ୍ତୁରବା ଛାତ୍ରୀ ନିବାସରେ ବିଷାକ୍ତ ଖାଦ୍ୟ ଖାଇ ୫୦ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସମସ୍ତ ଛାତ୍ରୀଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ୯ ଟାବେଳେ ଖାଦ୍ୟ ଖାଇ ଅଚାନକ ୫୦ ଛାତ୍ରୀ ଅସୁସ୍ଥ ହୋଇଥିଲେ । ଖବର ପାଇ ଲମତାଫୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଜଣିଆ ଡାକ୍ତରୀ ଟିମ୍ ପହଁଚି ଚିକିତ୍ସା କରିଥିଲେ । ଆଜି କୋରାପୁଟରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଛାତ୍ରୀ ନିବାସକୁ ଯାଇ ନମୁନା ସଂଗ୍ରହ କରିବେ ।
Views: 71