ନୂଆଦିଲ୍ଲୀ : ନିକଟରେ କ୍ରୋସିଆ ଫୁଡ ଗାଇଡ ଟେଷ୍ଟ ଆଟଲାସ ବିଶ୍ୱ ପ୍ରସିଦ୍ଧ ୨୦ ଟି ବ୍ୟଞ୍ଜନ ତାଲିକା ପ୍ରକାଶ କରିଛି । ଯେଉଁଥିରେ ଆଶ୍ଚର୍ୟ୍ୟଜନକ ଭାବେ ଭାରତର ବଟର ଚିକେନ ସ୍ଥାନ ପାଇଛି । ୧୯୪୦ ପରେ ଏହି ବ୍ୟଞ୍ଜନର ଉତ୍ପତ୍ତି ବୋଲି ଏହି ତାଲିକାରେ କୁହାଯାଇଛି । ଏହି ବିଶ୍ୱ ପ୍ରସିଦ୍ଧ ଖାଦ୍ୟ ତାଲିକାରେ ଭାରତର ଏକ ମାତ୍ର ବ୍ୟଞ୍ଜନ ‘ବଟର ଚିକେନ’ ସ୍ଥାନ ପାଇଛି । ତେବେ ଚିକେନ ଟିକା ମସଲା ବ୍ରିଟିସଙ୍କର କୁହାଯାଇଥିବା ବେଳେ ମେକ୍ସିକାନଙ୍କର ନାକୋ ସ୍ଥାନ ପାଇଛି ।
‘ବଟର ଚିକେନ’ ଭାରତର ଖାଦ୍ୟ ତାଲିକାରେ ବହୁ ପ୍ରଚଳିତ । ଭାରତର ଗାଁ ଠୁ ସହର ଢ଼ାବା ହେଉ ବା ବଡ଼ ରେଷ୍ଟୁରାଣ୍ଟ ସବୁଠି ଲୋକପ୍ରିୟ ଖାଦ୍ୟ ‘ବଟର ଚିକେନ’ । ତେବେ ଏହାକୁ ଏବେ ଟେଷ୍ଟ ଆଟଲାସରେ ଏକ ନୂଆ ପ୍ରତିଷ୍ଠିତ ଭାରତୀୟ ବ୍ୟଞ୍ଜନ ଭାବେ ନିଆଯାଇଛି ।
ବିଶ୍ୱର ବିଭିନ୍ନ ସ୍ଥାନରେ ନାମ କରିଥିବା ୨୦ ଟି ଖାଦ୍ୟ (ବ୍ୟଞ୍ଜନ)ତାଲିକାରେ ଭାରତର ‘ବଟର ଚକେନ’ କୁ ସ୍ଥାନିତ କରିଛି ‘ଟେଷ୍ଟ ଆଟଲାସ୍’ । ଏହାଛଡା ମେକ୍ସିକାନ ସ୍ନାକ୍ସ ନାକୋସ ଏବଂ ଇଟାଲିୟନ ପାସ୍ତା କାର୍ବୋନରା ମଧ୍ୟ ତାଲିକାରେ ରହିବା ସହ ଏହାର ଉତ୍ପତ୍ତି ୧୯୪୦ ପରର ବୋଲି ଦର୍ଶାଯାଇଛି । ସେହିପରି ବ୍ରିଟିଶ- ଭାରତର ମିଶ୍ରଣରେ ସୃଷ୍ଟି ଚିକେନ ଟିକା ମସଲା ୧୯୭୦ ପରର ଉତ୍ପତ୍ତି ବୋଲି ଦର୍ଶାଯାଇଛି ।
ସୂଚନା ଅନୁଯାୟୀ ୧୯୫୦ ମସିହା ସମୟରେ ଏହା ଦିଲ୍ଲୀକୁ ଆସିଥିବା କୁହାଯାଇଛି । କୁନ୍ଦନଲାଲ ଗୁଜରାଲ ନାମକ ଜଣେ ବଡ଼ କୁକ୍ ଏହାକୁ ପ୍ରଥମେ ଦିଲ୍ଲୀରେ ଆରମ୍ଭ କରିଥିଲେ ବୋଲି କୁହାଯାଇଛି । ପରେ ଦିଲ୍ଲୀର ମୋତି ମହଲ ନାମକ ରେଷ୍ଟୁରାଣ୍ଟ ବଟର ଚିକେନ କୁ ପ୍ରତିଷ୍ଠିତ କରିଥିଲା ବୋଲି କୁହାଯାଇଛି ।
ବିଶ୍ୱ ପ୍ରସିଦ୍ଧ ଖାଦ୍ୟ ତାଲିକାରେ ଭାରତର ବଟର ଚିକେନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











