The Ultimate Managed Hosting Platform
ADVERTISEMENT

ବିଳମ୍ବ ହେଲା ନବୀନଙ୍କ ଫ୍ଲାଇଟ , ପ୍ଲାନ ଦାଖଲ ହୋଇ ନ ଥିଲା କହିଲେ ବିମାନ ବନ୍ଦର ନିଦେ୍ର୍ଦଶକ

Facebook
Twitter
LinkedIn

ଭୁବନେଶ୍ୱର : ନବୀନଙ୍କ ହେଲିକପ୍ଟରକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ଅଭିଯୋଗ ଘଟଣା । ଭୁବନେଶ୍ୱର ବିମାନ ବନ୍ଦର ନିଦେ୍ର୍ଦଶକ ପ୍ରସନ୍ନ ପ୍ରଧାନଙ୍କ ପ୍ରତିକ୍ରିୟା । ନବୀନଙ୍କ ଫ୍ଲାଇଟ ଅପରେଟର ଫ୍ଲାଇଟ ପ୍ଲାନ ସବମିଟ କରି ନ ଥିଲେ । ତେଣୁ ଏୟାର ଡିଫେନ୍ସ କ୍ଲିୟରାନ୍ସ ନମ୍ବର ମିଳି ନ ଥିଲା । କୋଅର୍ଡିନେଟ କରି କୋଲକତାରୁ ନମ୍ବର ନେଲୁ । ଏଥିପାଇଁ ପ୍ରାୟ ୨୫ ମିନିଟ ବିଳମ୍ବ ହେଲା କହିଲେ ବିମାନ ବନ୍ଦର ନିଦେ୍ର୍ଦଶକ । ଅନ୍ୟପଟେ ଜାଣିଶୁଣି କ୍ଲିଅରାନ୍ସ ଦିଆଯାଇ ନ ଥିବା କହିଥିଲେ ବିଜେଡି ନେତା ଚିନ୍ମୟ ସାହୁ । ଆଜି ନୂଆପଡ଼ାରେ ବିଶାଳ ରୋଡ୍ ସୋ କରିବେ ବିଜେଡି ସୁପ୍ରିମୋ । ଖରିଆର ରୋଡ୍ ରୁ ନୂଆପଡ଼ା ଏନଏସି ପର୍ୟ୍ୟନ୍ତ ରୋଡ୍ ସୋ କରିବେ । ବାଟରେ ୬ଟି ସ୍ଥାନରେ ଜନସାଧାରଣଙ୍କୁ ଉଦବୋଧନ ଦେବା କାର୍ୟ୍ୟକ୍ରମ ରହିଛି। ପ୍ରଥମେ ଖରିଆର ରୋଡ ପୋଲିସ ଥାନା ନିକଟ ପଡିଆରେ ପହଞ୍ଚିବେ ନବୀନ । ସେଠାରୁ ଏକ ରୋଡ଼ ଶୋ’ରେ ନୂଆପଡ଼ା ପର୍ୟ୍ୟନ୍ତ ଆସିବେ । ଖରିଆର ରୋଡ଼ର ଡାଗାସ ଛକ, ବିଜୁ ପଟ୍ଟନାୟକ ଛକ, ଲଖ୍ମାନିଆ ଛକରେ ଉପସ୍ଥିତ ଜନତାଙ୍କୁ ନବୀନ ସମ୍ୱୋଧନ କରିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login