ଉଦଳା : ପୁଣି ମାତିଲେ ଲୁଟେରା । ବିଳମ୍ବିତ ରାତିରେ ମନ୍ଦିରରୁ କଲେ ଚୋରୀ । ବିଳମ୍ବିତ ରାତିରେ ୪ଟି ମନ୍ଦିରରୁ ଚୋରି କଲେ ଲୁଟେରା । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବଜାର ଅଞ୍ଚଳରୁ ଚୋରି ହୋଇଛି । କପ୍ତିପଦା ବଜାରରେ ଥିବା ଲକ୍ଷ୍ମୀ ମନ୍ଦିର, ପାର୍ବତୀ ମନ୍ଦିର, ମଙ୍ଗଳା ମନ୍ଦିର ଏବଂ ଚଣ୍ଡୀ ମନ୍ଦିରର ମୁଖ୍ୟ ଗେଟ୍ ତାଲା ଭାଙ୍ଗି ମୁକୁଟ, ନଥ, ଚିତ୍ତା ସହିତ ଅନ୍ୟ ପୂଜା ସାମଗ୍ରୀ ଲୁଟି ନେଇଛନ୍ତି । ଏହାସହିତ ସମସ୍ତ ମନ୍ଦିରର ହୁଣ୍ଡି ବାକ୍ସ ଭାଙ୍ଗି ଦାନ ଅର୍ଥ ମଧ୍ୟ ଲୁଟି ନେଇଛନ୍ତି । ଘଟଣା ନେଇ ମନ୍ଦିର କମିଟି ପକ୍ଷରୁ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଘଟଣାର ତଦନ୍ତ କରୁଛି ପୋଲିସ ।
Views: 42